“ମୋ ସ୍କୁଲ ଅଭିଯାନ”ଦ୍ୱାରା ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ “ମୋ ସ୍କୁଲ ଅଭିଯାନ”ଆନୁକୁଲ୍ୟରେ ତଥା ଗୁରୁଦିବସ ଅବସରରେ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ପୂଜା କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ମୋ ସ୍କୁଲ ଅଭିଯାନର ସଭାପତି ଶାରଦା ପ୍ରସନ୍ନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ପ୍ରଧାନ ଶିକ୍ଷକ ଦିବାକର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ଜେନାଙ୍କ ସମେତ ଶିକ୍ଷାଶ୍ରମର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱଛତା ପକ୍ଷ ପାଳନ ଅବସରରେ ଲାଲବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ବାଇଧର ରାଉତ, ଶିକ୍ଷକ ସନ୍ତୋଷ କୁମାର ଦାସ, ପଣ୍ଡିତ କ୍ଷିରୋଦ କୁମାର ପଣ୍ଡା, ଶିକ୍ଷକ ପ୍ରକାଶ କୁମାର ବେହେରା, ଶିକ୍ଷୟତ୍ରୀ ଜୟଶ୍ରୀ ମମତା ଦାସ, ସଶ୍ମିତା ନାୟକ, ସ୍ମୃତିରେଖା ପ୍ରଧାନ, ମେନକା ବିଶ୍ୱାଳ, ସୁଲତା ରାଉତ, ମନୋଜ ସେଠୀ, ଅଶୋକ ପତି, ନାରାୟଣ ଚନ୍ଦ୍ର ଜେନା, ବାଦୁର ରହିମ, ପୁରାତନ ଛାତ୍ର ହେମନ୍ତ ଜେନା, ବିଜୟ କୁମାର ଦାସ, ରଞ୍ଜନ କୁମାର ମଲ୍ଲ, ଅରୁଣ କୁମାର ସାମଲ, ହିମାଂଶୁ ରାଉତଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଜନ ସଚେତନତା ପାଇଁ ଏକ ଶୋଭାଯାତ୍ରାରେ ଶିକ୍ଷାଶ୍ରମରୁ ବାହାରି ମେହେନ୍ଦିପୁର ଏବଂ ଭରତପୁର ଗ୍ରାମ ପରିକ୍ରମାକରି ଲୋକମାନଙ୍କୁ ରାସ୍ତାରେ ସଚେତନ କରି ପୁନର୍ବାର ବିଦ୍ୟାଳୟ ପରିସରକୁ ଫେରି ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ