ଗଛକୁ ପିଟିଲା ବାଇକ୍ ; ଦୁଇ ମୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଭିତରଆମଦା ପଞ୍ଚାୟତର ଫଟାଟାଙ୍ଗର ଗାଁର ଦେଓରାୟତି ଛକରେ ଶୁକ୍ରବାର ଅପରାହ୍ନରେ ଭାରସାମ୍ୟ ହରାଇ ଆକାଶିଆ ଗଛରେ ବାଇକ୍ ପିଟି ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ଉଭୟଙ୍କୁ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ ଫଟାଟାଙ୍ଗର ଗାଁର ବୁନୁ ଷୁଣ୍ଢି (୨୩) ତାଙ୍କ ସାଙ୍ଗ ଦଲସରା ଗ୍ରାମର ପାରାନ ହେମ୍ବ୍ରମ (୨୫) ସାଙ୍ଗ ହୋଇ ମାସେ ତଳେ କିଣା ହୋଇଥିବା ନୁତନ ଗ୍ଲାମର ବାଇକରେ ଯାଉଥିବା ବେଳେ ଫଟାଟାଙ୍ଗର ଗାଁ ଦେଇ ଦେଓରାୟତି ଛକରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଆକାଶିଆ ଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ବୁନୁ ଷୁଣ୍ଢିର ମୃତ୍ୟୁ ହୋଇଥିଲା ବେଳେ ପାରାନଙ୍କୁ ରାଇରଙ୍ଗପୁର ହସ୍ପିଟାଲ ନିଆଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମଧ୍ୟ ମୃତ  ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ