ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ଗିରଫ

ବୁଗୁଡ଼ା,( ଅନିଲ କୁମାର ମହାରଣା): ଗତ ୧୯ ତାରିଖରେ ବୁଗୁଡ଼ା ଥାନା ଗୋଲିଆ ପାଞ୍ଚାୟତର ଚିରିକିପଡା ଗ୍ରାମରେରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଶୁକ୍ରବାର ଦିନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଚିରିକିପଡା ଗ୍ରାମର ଚିତ୍ତରଞ୍ଜନ ପ୍ରଧାନ (୩୬) ନିଜ ଟ୍ରାକ୍ଟର ଭଡାରେ ଲଗାନ୍ତି। ସେ ନିଜ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିଲ ଚାଷ ପାଇଁ ଭଡାରେ ଟ୍ରାକ୍ଟରଟି ଦେଇଥିଲେ। ହେଲେ, ଟ୍ରାକ୍ଟର ଭଡା ଟଙ୍କା ପାଇନଥିଲେ। ଗତ ୧୮ ତାରିଖରେ ଚିରିକିପଡା ଗ୍ରାମର ଢିମ୍ବିରା ତଳେ ସେହି ବ୍ୟକ୍ତି ଥିବା ବେଳେ ଚିତ୍ତରଞ୍ଜନ ତାଙ୍କୁ ଟ୍ରାକ୍ଟର ଭଡାର ବକେୟା ଟଙ୍କା ମାଗିଥିଲେ। ସେଥିରୁ ଦୁହିଁଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇ ଗୋଷ୍ଠୀ ସଂଘର୍ଷ ଯାଏଁ କଥାଯାଇଥିଲା ଓ ଏଥିରେ ୭ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଗୋଷ୍ଠୀ ସଂଘର୍ଷ ନେଇ ୧୯ ତାରିଖରେ ଦୁଇଟି ଏତଲା ବୁଗୁଡା ପୋଲିସ ଗ୍ରହଣ କରି ବୁଗୁଡା ଥାନା କେଶ ନଂ ୨୭୦/୨୦ ଓ ୨୭୧/୨୦ ପ୍ରକାରେ ଦୁଇଟି ମାମଲା ରୁଜୁ କରାଯାଇଥିଲା। ଆଜି ପୋଲିସ ଚିତ୍ତରଞ୍ଜନ ପ୍ରଧାନ ଓ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟ ଚିତ୍ତରଞ୍ଜନ ଓ ଜଗନ୍ନାଥ ଫେରାର୍ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସେକଣ୍ଡ ଅଫିସର ଏସ୍. ଆଇ. ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ବାହିନୀ ଉଭୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ