ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବୁଗୁଡା,(ଅନିଲ କୁମାର ମହାରଣା) : ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ବୁଗୁଡା ଏନଏସି କଲ୍ୟାଣୀ ମଣ୍ଡପରେ ସେପ୍ଟେମ୍ବର ୨୬ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା ସହସଂଯୋଜକ ନିର୍ମଳ ସାହୁ, ଜଗନ୍ନାଥ ସାବତ, କୈଳାଶ ଚନ୍ଦ୍ର ରଣା ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରରେ ୯୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବ୍ରହ୍ମପୁର ମେଡ଼ିକାଲ କଲେଜ ହସପିଟାଲ ରକ୍ତଭଣ୍ଡାରର ଡାକ୍ତର ଓ ଅନ୍ୟାନ କର୍ମଚାରୀ ବୃନ୍ଦ ଯୋଗଦେଇ ଅଞ୍ଚଳର ୯୧ ଜଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ,ବିଧାୟକଙ୍କ ଏନଏସି ପ୍ରତିନିଧି କେ.ତ୍ରିଲୋଚନ ଦୋରା ପ୍ରମୁଖଙ୍କ ନେତୃତ୍ୱରେ ବିଜୁ ଜନତା ଦଳର କର୍ମୀବୃନ୍ଦ ଶିବିର ପରିଚାଳନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ