ଦର୍ଶକଙ୍କୁ ମତୁଆଲା କରିବ ‘ଘୁଙ୍ଗରୁ’

ହ୍ରିତିକ ରୋଶନ-ଟାଇଗର ଶ୍ରଫଙ୍କ ଅଭିନୀତ ‘ୱାର’ ଫିଲ୍ମର ପ୍ରଥମ ଗୀତ ‘ଘୁଙ୍ଗର’ର କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗୀତରେ ହ୍ରିତିକ ବାଣୀ କପୁର ଅଭିନୟ କରୁଛନ୍ତି । ସୁଟିଂ ହୋଇଛି ଇଟାଲୀର ଆମାଲଫୀ ସମୁଦ୍ର ବେଳାରେ । ଗୀତର କିଛି ଅଂଶ ଭିଡିଓରେ ପ୍ରସାରିତ ହେଉଛି । ହ୍ରିତିକ ବାଣୀ କପୁରଙ୍କ ଚମକ୍ରାର ନୃତ୍ୟ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଦୃଶ୍ୟ ଏଥିରେ ରହିଛି । ଯାହା ଦର୍ଶକଙ୍କୁ ରୋମାଞ୍ଚିତ କରିବ । ଗୀତଟି ଗାଇଛନ୍ତି ଅରଜିତ ସିଂହ ଓ ଶିଳ୍ପା । ଆସନ୍ତା ଅକ୍ଟୋବର ୨ ତାରିଖରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମଟି ରିଲିଜ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ