ଚୋରିର ୮ ମାସ ପରେ ମା କୋଳକୁ ଫେରିଲା ଶିଶୁ କନ୍ୟା

ଜୟପୁର, (ଓ୍ବାଇଏନ୍ଏସ୍):ଚୋରିର ୮ ମାସ ପରେ ଜୟପୁର ଟାଉନ ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରି ମା କୋଳକୁ ଫେରାଇଛି । ଗଜପତି ଜିଲାର ଦୁଖି ମଲ୍ଲିକ , ସେ ବ୍ରହ୍ମପୁରରେ ବିବାହ କରିଥିଲେ । ଦୁଖି ସହ ସ୍ୱାମିର କି ଶାଶୁ ଘର ସହ ସମ୍ପର୍କ ରଖି ନଥିଲେ, ବେସାହାର ହୋଇ ବହ୍ମପୁରର ରେଳ ଷ୍ଟେସନରେ ଭିକ୍ଷାବୃତ୍ତକରି ଚଳୁଥିଲେ । ଅଭିଯୁକ୍ତ ଦମ୍ପତ୍ତି ମନ୍ଦ ଉଦ୍ଦେଷ୍ୟ ରଖି ତାକୁ କାଳିମେଳାରେ କାମ କରିବୁ ବୋଲି କହି ଡାକି ନେଇଥିଲେ । ୨୬ା୧୨ା୧୯ ତାରିଖରେ ପୁଣି ଜୟପୁର ଆଣି ବସଷ୍ଟାଣ୍ଡରେ ଛାଡିଦେଇଥିଲେ । ମହିଳାକୁ ଜଳଖିଆ ଖାଇବାକୁ ଦେଇ ଶିଶୁ କନ୍ୟା କୁ ଧରି ଚମ୍ପଟ ମାରିଥିଲେ । ଦିର୍ଘ ସମୟ ଧରି ଶିଶୁକୁ ନପାଇ ଦୁଖି ପାଗଳି ହୋଇ ଚେତା ହରାଇଥିଲେ । ଦୁଖିର କହିବା ‌ଅନୁଯାଇ ତାକୁ ଜଳଖିଆରେ କଣ ମିଶାଇ ଖାଇବାକୁ ଦେଇ ଥିଲେ । ଜଳଖିଆ ଖାଇବା ପରେ ସେ ଚେତଶୁନ୍ୟ ହୋଇ ଯାଇଥିଲେ । ଚେତା ଆଶିବା ପରେ ଶିଶୁ କନ୍ୟକୁ ମହିଳା ଜଣକ ବହୁ ଖୋଜା ଖୋଜି କରିଥିଲ । ସେହି ସମୟରେ ଶିଶୁ କନ୍ୟାର ବୟସ ୧୦ ମାସ ହୋଇଥିଲା । ମହିଳାର କଥା କୁ ମଧ୍ୟ କେହି ବିଶ୍ୱାସ କରୁ ନଥଲେ ପାଗଳିି ବୋଲି କହୁଥିଲେ ।

୩୦ା୧୨ା୧୯ ତାରିଖରେ ଜୟପୁର ଟାଉନ ଥାନା ରେ ଅଭିଯୋଗ କରି ପାଗଳି ପରି ହେବାରୁ ପୋଲିସ ତରଫରୁ ଲାଇଫ ପାଉଣ୍ଡେସନରେ ରଖାଯାଇଥିଲା । ପୋଲିସ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ୮ ମାସ ହେବ କିଛି ଖୋଜ ଖବର ପାଇ ନଥିଲ । ପୋଲିସ ମୋବାଇଲ ଟ୍ରାକ କରିି ୮ ମାସ ପରେ୨୭ା୯ା୨୦ ତାରିଖରେ ଆନ୍ଧ୍ରପ୍ରଦେଶର ଚିନ୍ତୁର ଗ୍ରାମରୁ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲା ।ଦମ୍ପତ୍ତିଙ୍କୁ କାଲିମେଳାରୁ ଗିରଫ କରିଥିବା ବେଳେ ଉକ୍ତ ଦମ୍ପତ୍ତିର ନିଜର ସନ୍ତାନ ଥିବା ବେଳେ  ଚୋରି ମନ୍ଦ ଉଦ୍ଦେଷ୍ୟ ବୋଲି ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧି ସୁଚନା ଦେଇଛନ୍ତି ।ଶିଶୁ କନ୍ୟ ଟିକେ ବଡ ହେବା ପରେ ବିକ୍ରି କରିବା ଉଦ୍ଦେଷ୍ୟ ଥିବା ଜଣାଯାଇଛି ।୧୮ ମାସର ଶିଶୁ କନ୍ୟାକୁ ପାଇବା ପରେ ମା ଭାବ ବିହଳ ହୋଇପଡିଥିବା ବେଳେ ଖୁସିରେ ଆଖିରୁ ଲୁହ ଝରିଯାଉଛି । ଏହି ମାମଲା ରେ ପୋଲିସ ଅଭିଯୁକ୍ତ ମାଲକନଗିରି ଜିଲାର କାଳିମେଳାର ଝାଟିମାଟି ସାହିର ବଦରୁ ନାୟକ (୩୮)ତାଙ୍କ ସ୍ତ୍ରୀ ଶିବାନି ନାୟକ(୩୦)କୁ ଗିରଫ କରିଛି ।ଦିର୍ଘ ୮ ମାସ ପରେ ମା ଓ ଶିଶୁ କୁ ମିଶାଇବାରେ ଜୟପୁର ଟାଉନ ପୋଲିସର ଭୁମିକାକୁ ସ୍ୱାଗତ କରାଯାଇଛି । ତେବେ ଶିଶୁ କନ୍ୟାକୁ ଅପହରଣ କରିଥିବା ଦମ୍ପତ୍ତି କେତେ ମା’ର କୋଳ ଖାଲି କରିଛନ୍ତି ତାହା ତଦନ୍ତ ସାପେକ୍ଷ
ଶିଶୁ କୁ ଫେରାଇ ପୋଲିସ ମଧ୍ୟ ବହୁ ଖୁସିଥିବା ଟାଉନ ଥାନା ଅଧିକାରି ଗିଧି କହିଥିବା ବେଳେ ପୋଲିସ କୁ ଧନ୍ୟବାଦ ଦେଇଛନ୍ତି ଦୁଖି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ