ନିୟମକୁ କିଛି କୋହଳ କରିବା ଲାଗି ଜିଲ୍ଲା ଲାଇଟ୍ ଏଣ୍ଡ ସାଉଣ୍ଡ୍ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାରେ କରୋନା ମହମାରୀ ସ୍ଥିତି ନିୟନ୍ତ୍ରଣ ଆସିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମକୁ କିଛି ମାତ୍ରାରେ କୋହଳ କରାଗଲେ ଲାଇଟ୍ ଏଣ୍ଡ ସାଉଣ୍ଡ ମାଲିକ ଏବଂ କର୍ମଚାରୀମାନେ କାର୍ଯ୍ୟ କରିପାରିବେ ବୋଲି ଗଞ୍ଜାମ ଜିଲ୍ଲା ଲାଇଟ୍ ଏଣ୍ଡ ସାଉଣ୍ଡ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦନା କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ମାସ ଠାରୁ ଆଜି ପର୍ଯ୍ୟନ୍ତ ମହାମାରୀ କରୋନା ଯୋଗୁଁ ଆମ୍ଭମାନଙ୍କର ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି । ପ୍ରଶାସନର କଟକଣା ଅନୁଯାୟୀ ସମସ୍ତ ଲାଇଟ୍ ଏଣ୍ଡ୍ ସାଉଣ୍ଡ୍ ବ୍ୟବସାୟୀଙ୍କର ବ୍ୟବସାୟ ବନ୍ଦ ହୋଇଛି । ଯଦ୍ୱାରା ଜିଲ୍ଲାର ୨ ହଜାର ଲାଇଟ୍ ଏଣ୍ଡ ସାଉଣ୍ଡ ମାଲିକଙ୍କ ସମେତ ପ୍ରାୟ ୧୦ ହଜାର କର୍ମଚାରୀ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ବର୍ଷକର ୫ମାସ ବ୍ୟବସାୟ କରି ବର୍ଷ ସାରା ବ୍ୟବସାୟୀ ସେମାନଙ୍କ ପରିବାର ପରି ପୋଷଣ କରିଥାନ୍ତି । କରୋନା ମହାମାରୀ ଲାଗି ଏହି ୫ ମାସ ବ୍ୟବସାୟ ସମୟରେ ବାଧାପ୍ରାପ୍ତ ହୋଇଛି । ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଇଟ୍ ଏଣ୍ଡ ସାଉଣ୍ଡ ମାଲିକ କିମ୍ବା କର୍ମଚାରୀଙ୍କ ନିମନ୍ତେ କୌଣସି ସୁବିଧାର ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମକୁ କିଛିମାତ୍ରାରେ କୋହଳ କରି ବର୍ତ୍ତମାନ ସମୟରେ ଯେଉଁ ଛୋଟିଆ ଛୋଟିଆ କାର୍ଯ୍ୟକ୍ରମ ହେଉଛି ସେଥିପାଇଁ ଲାଇଟ୍ ଏଣ୍ଡ ସାଉଣ୍ଡ ମାନଙ୍କୁ କାର୍ଯ୍ୟ କରିବା ପାଇଁ ଅନୁମତି ପ୍ରଦାନ କରାଗଲେ ଆମ୍ଭର ଆର୍ଥିକ ସ୍ଥିତି ସମସ୍ୟାର ଆଂଶିକ ସୁଧାର ଆସିବା ବୋଲି ଗଞ୍ଜାମ ଜିଲ୍ଲା ଲାଇଟ୍ ଏଣ୍ଡ ସାଉଣ୍ଡ୍ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ନିବେଦନ କରାଯାଇଛି । ଛୋଟ ଛୋଟ କାର୍ଯ୍ୟକ୍ରମ ଏବଂ ଜନ୍ମଦିନ ଉତ୍ସବ ଭଳି କାର୍ଯ୍ୟକ୍ରମ ଗୁଡିକରେ କୋଭିଡ୍-୧୯ ନିୟମକୁ ପାଳନ କରି କାମ କରନ୍ତୁ । ଏଥିପାଇଁ କେତେ ଜଣ ଶ୍ରମିକ ଏବଂ କି ପ୍ରକ୍ରିୟାରେ କାମ କରାଯିବ ସେ ସଂକ୍ରାନ୍ତରେ ସଂଘ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଦେବାକୁ ଜିଲ୍ଲାପାଳ କହିଥିଲେ । ଯେତେବେଳେ ସ୍ଥିତି ସ୍ୱଭାବିକ ହେବ ସେ ସମୟରେ ବଡ ବଡ କାର୍ଯ୍ୟକ୍ରମ କରାଯିବାକୁ କୌଣସି ଆପତ୍ତି ନାହିଁ । ଦେଖୁଛନ୍ତି ସ୍ଥିତିକୁ ପରଖିବା ସହ ଗୋପାଳପୁର ବେଳାଭୂମି ମହୋତ୍ସବକୁ ବାତିଲ କରାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ଏହି ଦାବି ପତ୍ର ପ୍ରଦାନ ବେଳେ ସଂଘର ସଭାପତି ଜେ.ହରିବାବୁ, ସଂପାଦକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଆର୍.କାନକା ରାଓ, ଅଶୋକ କୁମାର ବେହେରା, ଭି.ରମେଶ ରାଓ, ବାଉରୀବନ୍ଧୁ ସାହୁ,କୃଷ୍ଣଚନ୍ଦ୍ର ରାଉଳ, ଗୋପାଳ କୁମାର ଶତପଥୀ, ହାଡୁବନ୍ଧୁ ସେଠୀ, ଗୁଣାକାର ତ୍ରିପାଠୀ, ଆନନ୍ଦ ରେଡ୍ଡୀ, ଭାଗିରଥୀ ରେଡ୍ଡୀ, ପବିତ୍ର ରାଉଳ, ପି.ରାମୁ ଏବଂ ନରେନ୍ଦ୍ରପୁର ପଞ୍ଚାୟତ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


