ଆନ୍ଧ୍ରକୁ ଚୋରା ବାଲି ଚାଲାଣକୁ ନେଇ ତହସିଲ ଘେରାଉ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକର ବଂଶଧାରା ନଦୀ ବୁଦୁରା ବାଲି ର‌୍ୟାମ୍ପରୁ ଆନ୍ଧ୍ରକୁ ଚୋରା ବାଲି ଚାଲାଣ ନେଇ ଅଭିଯୋଗ ହୋଇଛି । ଏଥି ପାଇଁ ସ୍ଥାନୀୟ ଲୋକେ ତହସିତଲ ଘେରାଉ କରିଛନ୍ତି । ବ୍ୟବସାୟୀମାନେ ଏହି ବାଲିକୁ ଚଢା ଦରରେ ଯଥା ଟ୍ରାକ୍ଟର ପିଛା ୨୦୦ଟଙ୍କାରୁ ୨୫୦୦ଟଙ୍କାରେ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି । ଆବାସ ଯୋଜନା ଓ ସରକାରଙ୍କ ବିଭିନ୍ନ ଗୃହ ନିର୍ମଣ ନିମନ୍ତେ ମିଳିଥିବା ଟଙ୍କା କେବଳ ବାଲି କିଣାରେ ୫୦% ସରିଯାଉଛି । ଏହାର ପ୍ରତିବାଦରେ ବିଭିନ୍ନ ରାଜନୈତିକ ଦଳ ଓ ଜନସାଧାରଣ କାଶୀନଗର ଷ୍ଟେଟବ୍ୟାଙ୍କ ଛକରୁ ବାହାରି ତହସିଲ ଅଫିସ ଘେରାଉ କରିଛନ୍ତି । ଏଥିରେ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ଜି.ତିରୁପତି ରାଓ,ପୁର୍ବତନ ନଗରପାଳ ଏସ.ବୈକୁଣ୍ଠ ରାଓ,ବିଜେପି ନଗର ସଭାପତି ଚଲପତି ରାଓ,ସିପିଏମ ରାଜ୍ୟ ସଦସ୍ୟ କେ.ମିନା ରାଓ,କେ.ରାମା ରାଓ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ । ବିଭିନ୍ନ ଦାବିକୁ ନେଇ ତହସିଲଦାର ଶାନ୍ତିସ୍ୱରୁପ ମିଶ୍ରଙ୍କ ଅନୁପସ୍ଥିତିରେ ଓଏସ ଅଧିକାରୀ ଭବାନୀ ପ୍ରଧାନଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ