ଗାଙ୍ଗପୁର ପୋଲିସ ତରଫରୁ ହେଲମେଟ୍ ଚେକିଂ ଓ ସଚେତନତା କାର୍ଯ୍ୟକ୍ରମ
ବେଲଗୁଣ୍ଠା , (ଯୁଗାବ୍ଦ ନୁ୍ୟଜ୍) ସେ୍େପମ୍ବର ୧ ତାରିଖ ଠାରୁ କଡାକଡି ଭାବେ ମୋଟରଯାନ ଆକ୍ଟ ନିୟମ ଆରମ୍ଭ କରାଯାଇଛି ,ପୂର୍ବରୁ ବଡ ବଡ ସହର ଗୁଡିକରେ କଟକଣା ଜାରୀ ରହିଥିବା ବେଳେ ବର୍ତ୍ତମାନ ସରକାର ତରଫରୁ ଦେଶରେ ଏକକାଳୀନ ନିୟମ ଲାଗୁ କରାଯାଇଛି । ପୂର୍ବରୁ ଅଭ୍ୟସ୍ତ ନଥିବା ଲୋକ ହଠାତ୍ ଏହି ନିୟମ ଲାଗୁ ହେବା ଫଳରେ ଦେଶ ମଧ୍ୟରେ ଓଡିଶା ମାତ୍ର ୪ ଦିନ ମଧ୍ୟରେ ୮୮ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି । କଡାକଡି ନିୟମ ପୂର୍ବରୁ ଲୋକମାନେ ଅଭ୍ୟସ୍ତ ହୋଇନଥିବାରୁୂ ଲୋକମାନେ ନିୟମ ଭାଙ୍ଗି ତଣ୍ଡ ଗଣିବା ପାଇଁ ପଡୁଛି । ମିଳିଥିବା ସୂଚନା ଅନୁଯାୟୀ ବାରମ୍ବାର ଗଣମାଧ୍ୟମ ଓ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଗଲେ ମଧ୍ୟ ଏହା ବ୍ୟତିକ୍ରମ ଦେଖିବାକୁ ମିଳିଛି । ତେଣୁ ଗାଙ୍ଗପୁର ପୋଲିସ ତରଫରୁ ଆଇନକୁ ସମ୍ମାନ ଜଣାଇବା ସହ ଯେଉଁମାନେ ମୋଟର ଯାନ ଆକ୍ଟର ନିୟମକୁ ଉଲ୍ଲଂଘନ କରିଛନ୍ତି ବିନା ହେଲେମେଟରେ ଗାଡି ଚାଳନା କରିଥିବାରୁ ସେମାନଙ୍କୁ ଗାଙ୍ଗପୁର ପୋଲିସ ତରଫରୁ ସଚେତନ କରାଇବା ସହ ସେମାନଙ୍କ ଠାରୁ ୫ ଶହ ଟଙ୍କା ହିସାବରେ ମୋଟ ୧୩ ଜଣଙ୍କ ଠାରୁ ନଗଦ ୬ ହଜାର ୫ ଶହ ଟଙ୍କା ଜବତ କରାଯାଇଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଶୁକ୍ୱବାର ସଂନ୍ଧ୍ୟା ସାଢେ ୫ ଟା ଠାରୁ ସାଢେ ୭ ଟା ପର୍ଯ୍ୟନ୍ତ ପୋଲିସର ଚେକିଂ ଓ ବ୍ଲକିଂ ,ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଥିଲା । ସଚେତନତା କାର୍ଯ୍ୟକ୍ରମରେ ଥାନା ଅଧିକାରୀ ପ୍ରଧାନଙ୍କ ସମେତ ଏସ୍ଆଇ ସତ୍ୟଜିତ୍ ବେଣିଆ ,ଗାଙ୍ଗପୁର ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ହାତରେ ପ୍ଲାଇକାର୍ଡ ଧରି ଯାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ ।



