ନବ ନିର୍ବାଚିତ ବିଜୁ ଛାତ୍ର ଜନତା ଦଳର ଜିଲ୍ଲାସଭାପତିଙ୍କୁ ଛତ୍ରପୁର ଠାରେ ସମ୍ବର୍ଦ୍ଧନା

ଛତ୍ରପୁର,(ଦେବଦତ୍ତ ମହାରଣା):ଗତ କିଛିଦିନ ତଳେ ତୂଣମୂଳ ସ୍ତରରେ ଛାତ୍ର ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଗଞ୍ଜାମ ଜିଲ୍ଲା  ବିଜୁ ଛାତ୍ର ଜନତା ଦଳର ସଭାପତି ରୂପେ ପୂନର୍ବାର ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା(ପିଙ୍କୁ) ମନୋନୀତ ହୋଇଥିବାରୁ  ଛତ୍ରପୁର ଠାରେ ବିଜୁ ଛାତ୍ର ଜନତା ଦଳର ବହୁ କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ପ୍ରତିନିଧି ଲିଙ୍ଗରାଜ ମହାପାତ୍ର, ତାପସ ରଂଜନ ରଥ, ତପନ କୁମାର ବେହେରା,ବଵୁଲୁ ନାୟକ, ଅନ୍ତର୍ଯ୍ୟାମୀ ପ୍ରଧାନ, ରବୀନ୍ଦ୍ର ସାହୁ, ବାଦଲ ପ୍ରଧାନ, ରୋଶନ, ସ୍ବେଚ୍ଛାସେଵୀ ମାଧବ କାୟା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ