କଣମଣା ଗ୍ରାମରେ ଘରକୁ ଘର ବୁଲି ଲୋକଙ୍କୁ ମାସ୍କ ବାଣ୍ଟି ସଚେତନ କଲେ ପ୍ରଶାସନିକ ଅଧିକାରୀ
ଛତ୍ରପୁର,(ଦେବଦତ୍ତ ମହାରଣା): ସେପ୍ଟମ୍ବର ୨୪ ତାରିଖ ଠାରୁ ଜିଲ୍ଲାରେ କୋଭିଡ ସପ୍ତାହ ପାଳନ କରାଯାଉଛି । ଅକ୍ଟୋବର ୧ ତଥା ଗୁରୁବାର ଶେଷ ଦିନ ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ କଣମଣା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣମଣା ଗ୍ରାମରେ ଅତିରିକ୍ତ ଜିଲ୍ଲପାଳ (ରାଜସ୍ୱ) ଅମୀୟ କୁମାର ସାହୁ କୋଭିଡ ସଚେତନତା ଶୋଭାଯାତ୍ରାରେ ସାମିଲ ହୋଇ ଗାଁର ଘରକୁ ଘର ପହଞ୍ଚି ଲୋକଙ୍କୁ କୋଭିଡ ସଚେତନତା କରିବା ସହ ମାସ୍କ ବାଣ୍ଟିଥିଲେ । ଏହି ଶୋଭାଯାତ୍ରାରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ,କଣମଣା ସରପଂଚ ଏସ.ଚକ୍ରପାଣି ରେଡ୍ଡି,ସମିତିସଭ୍ୟା ରଶ୍ମିତା ବେହେରା , କଣମଣା ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ୍ କୁମାର ସେଠୀଙ୍କ ସମେତ କୋଭିଡ ମନିଟର , ଏସଏଚଜି ଗୃଫର ମହିଳା, ଅଙ୍ଗନବାଡି ଓ ଆଶା କର୍ମୀ ପ୍ରମୂଖ ଉପସ୍ଥିତ ରହି ଲୋକଙ୍କୁ କୋଭିଡ ନିୟମ ମାନି ଚଳିବା ପାଇଁ ସଚେତନତା କରାଇଥିଲେ ।


