ବିଶାଖାପାଟଣାରୁ ଚାଲି ଚାଲି ଯାଉଥିବା ପ୍ରବାସି ଶ୍ରମିକକୁ ଉଦ୍ଧାର କଲା ଅପୁର୍ବା ସ୍ୱେଚ୍ଛାସେବୀ
ଗଞ୍ଜାମ,(ୱାଇଏନ୍ଏସ୍): ଗଞ୍ଜାମ କରୋନା ସଂକ୍ରମଣ ସମୟରେ ଲକ ଡାଉନ ଯୋଗୁଁ ବିଭିନ ରାଜ୍ୟରୁ ଚାଲି, ଚାଲି ଯାଉଥିବା ଶ୍ରମିକଙ୍କ ଦୁଦର୍ଶା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏକ ପ୍ରବାସି ଶ୍ରମିକ ବିଶାଖାପାଟଣାରୁ ଚାଲି, ଚାଲି ନିଜ ଘର ରାଉଲକେଲାକୁ ଯାଉଥିବା ବେଳେ ଗଞ୍ଜାମ ସହର ନିକଟରୁ ପୋଲିସ ସହାୟତାରେ ଉଦ୍ଧାର କରିଛନ୍ତି ଅପୁର୍ବାର ସ୍ୱେଚ୍ଛାସେବୀ ମାନେ । ପ୍ରବାସି ଶ୍ରମିକ ଜଣଜ ହେକେ ଜଗୃ ଲୋହାର (୩୨), । ତାଙ୍କ ଘର ରାଉଲକେଲାର ଶୀତଳ ଘାଟ ବୋଲି ଜଣାପଡିଛି । ଗଞ୍ଜାମ ଥାନା ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିବା ବେଳେ ଚାଲି,ଚାଲି ଯାଉଥିବା ପ୍ରବାସି ଶ୍ରମିକଙ୍କୁ ଦେଖି ପଚାରିଥିଲେ । ସେ କହିବା ଅନୁସାରେ ସେ ବିଶାଖାପାଟଣାରେ ଏକ କମ୍ପାନିରେ କାମ କରୁଥିଲେ । ହଟାତ ମାଲିକ ସମସ୍ତଙ୍କୁ କାମରୁ ବାହାର କରିଦେଇଥିଲେ । ଫଳରେ ସମସ୍ତେ ନିଜ ରାଜ୍ୟକୁ ଫେରିଥିଲେ । ମାଲିକଫେରିବା ପାଇଁ କୌଣସି ବ୍ୟବସ୍ଥା କି ଆର୍ଥିକ ସାହାଯ୍ୟ କରିନଥିଲେ । ଫଳରେ ମାତ୍ର ପାଖରେ ୫୦୦ ଟଙ୍କା ଧରି ଚାଲି ଚାଲି ଘରକୁ ଫେରୁଥିଲେ ଶ୍ରମିକ । ପରେ ଅପୁର୍ବା ସ୍ୱେଚ୍ଛାସେବୀ ସଙ୍ଘଠନର ସଭାପତି ପ୍ରଭାତ କୁମାର ସାହୁ, ସହ ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ସଦସ୍ୟ ସୁନୀଲ କୁମାର ଗୌଡ଼, ଵିନୋଦ କୁମାର ପଲେଇ, ପହଞ୍ଚି ଶ୍ରମିକ ଜଗୃକୁ ଖାଇବକୁ ଦେବା ସହ ବସରେ ଟିକଟ କରି ଆର୍ଥିକ ସହାୟତା ଦେଇ ନିଜଗ୍ରାମ ରାଉଲକେଲା ପଠାଇଥିଲେ । ତାଙ୍କର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।