ବାଲି ବୋଝେଇ ସବୁ ଟ୍ରାକ୍ଟରକୁ ଅଟକ ରଖିଲେ ଗ୍ରାମବାସୀ

କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧିନ ତରଞ୍ଜା ଗ୍ରାମ ମଝି ରାସ୍ତାରେ ନୀତି ଦିନ ସହ ସହ ଟ୍ରାକ୍ଟର ବାଲି ନେଉଥିବା ଯୋଗୁଁ ରାସ୍ତା ଟି ସମ୍ପୂର୍ଣ୍ଣ ଭାବେ ଶୌଚନୀୟ ହୋଇ ପଡିଛି । ବାରମ୍ବାର ଗ୍ରାମ ବାସୀ ରାସ୍ତା ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଲେ ମଧ୍ୟ ଦୃଷ୍ଟି ଦେଉ ନଥିବା ଗ୍ରାମ ବାସୀ ପ୍ରକାଶ କରିବା ସହିତ ବୁଧବାର ଦିନ ଏହି ରାସ୍ତାରେ ଏକ ଗାଈକୁ ବାଲି ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିବା ପ୍ରକାଶ କରିଛନ୍ତି | ଏହି ଗ୍ରାମରୁ କିଛି ଦୂରରେ ତେଲ ନଦୀର ବାଲି ଘାଟ ରହିଛି । ଏହି ସ୍ଥାନରୁ ସହ ସହ ବାଲି ଟ୍ରାକ୍ଟର ରେ ନେଉଥିବା ବେଳେ ରାଏଲଟିରେ ମଧ୍ୟ ଦୁର୍ନୀତି ହେଉଥିବା ଗ୍ରାମ ବାସୀ ଅଭିଯୋଗ କରୁଛନ୍ତି । ଅନ୍ୟପଟେ ଗାଁ ଭିତରେ ଦେଇ ଟ୍ରାକ୍ଟର ସବୁବେଳେ ଯିବା ଆସିବା ହେଉଥିବା ଗ୍ରାମବାସୀଙ୍କ ଜିବନ ପ୍ରତି ବିପଦ ରହିଥିବା ପ୍ରକାଶ କରିଛନ୍ତି । ଅନେକ ଟ୍ରାକ୍ଟର ଡ୍ରାଇଭରମାନେ ମଦ ପିଇ ଗାଡି ଚଳାଉଛନ୍ତି । ଓ ଅନେକ ଡ୍ରାଇଭର ଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନାହିଁ । ଏଥିପ୍ରତି ପ୍ରଶାସନ ତରଫରୁ ଦୃଷ୍ଟି ନପଡିଲେ ଅକାରଣରେ ଦୁର୍ଘଟଣା ଗ୍ରସ୍ତ ହୋଇ ନିରୀହ ଙ୍କ ଜୀବନ ଚାଲିଯିବ ତାହା ସୁନିଶ୍ଚିତ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ