ବଡମାଧପୁର ଗ୍ରାମରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମ ଠାରେ ଧୀରେଶ୍ୱର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସ୍ୱର୍ଗତ ବିପ୍ର ଚରଣ ମହାଙ୍କୁଡ ଏବଂ ଶ୍ୟାମାକାଳୀ ୟୁଥ୍ କ୍ଲବର ସଭ୍ୟ ସ୍ୱର୍ଗତ ହରି ରାଉଳଙ୍କ ସ୍ମୃତି ଅବସରରେ ଶ୍ୟାମାକାଳୀ ୟୁଥ୍ କ୍ଲବ ଏବଂ ଗଂଜାମ ଟାଏକୋଣ୍ଡ ଏକାଡେମୀର ବଡମାଧପୁର ଶାଖା ର ମିଳିତ ଆନୁକୂଲ୍ୟରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୟୁଥ୍ କ୍ଲବର ଯୁବକ ମାନେ ଏବଂ ଟାଏକୋଣ୍ଡ ଏକାଡେମୀର ଛାତ୍ରଛାତ୍ରୀ ମାନେ ଗାଁ ପରିସରର ସଫେଇ କରିବା ସହ କରୋନା ରୁ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ଲୋକଙ୍କୁ ସଚେତନତା କରାଇଥିଲେ । ମାସ୍କ ପରିଧ୍ୟାନ କରିବାସହ ସାମାଜିକ ଦୂରକ୍ଷା ରକ୍ଷା କରିବା ଏବଂ ପଞ୍ଚ ସୂତ୍ରୀ ନୀୟମ ମାନି ଚଳିବାକୁ କହିଥିଲେ । ଏହାସହ ଅନୁଷ୍ଠିତ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମସ୍ତ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ସହ ବୃକ୍ଷର କିପରୀ ଯତ୍ନ ନିଆଯିବ ସେଥି ନିମନ୍ତେ ଅବଗତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ବଡ ମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ ଯୋଗଦେଇଥିବା ବେଳେ ଶ୍ୟାମାକାଳୀ ୟୁଥ୍ କ୍ଲବର ସଭାପତି ଏସ.ଯୁଧିଷ୍ଠିର ରେଡ୍ଡୀ, ଅଧିକାରି ଶିବ ରଂଜନ ସାହୁ ଓ ଟାଏକୋଣ୍ଡ ଏକାଡେମୀର କୋଚ ଇ.ଲଳିତ କୁମାର, ଧିରେଶ୍ୱର ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ରାଜ କିଶୋର ପାଣିଗ୍ରାହୀ, ଅରୁଣ ରାଉଳ, ରଘୁନାଥ ବେହେରା, ଦିଲ୍ଲୀପ ବେହେରା, ଏନ. କିରଣ ବେହେରା, ଦେବାଶିକ୍ଷ ବେହେରା, ଅନାଦି ବେହେରା, ଟି .କିଶୋର ରେଡ୍ଡୀ, ପଦ୍ମନାଭ ସାହୁ, ମହେଦ୍ର ଗୈାଡ , ମହାଦେବ ଖୁଣ୍ଟିଆ, କୈଳାଶ ସେଠୀ ଙ୍କ ସମେତ କ୍ଲବ ର ସମସ୍ତ ଯୁବକ ଏବଂ ଟାଏକୋଣ୍ଡ ଏକାଡେମୀର ଛାତ୍ରଛାତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇଥିଲେ ।


