କ୍ରାନ୍ତି ମାଇଦାନରେ ଗାନ୍ଧୀଜୟନ୍ତୀ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କହରାପୋଖରୀ ସ୍ଥିତ କ୍ରାନ୍ତି ମଇଦାନ ଠାରେ ବିଜୁ କଳାକାର ସଂଘ ଓ ପ୍ରାଣକୃଷ୍ଣ ଧଳ ପାଠାଗାର ମିଳିତ ଆନୁକୂଲ୍ୟରେ ଗାନ୍ଧିଜୟନ୍ତୀ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ଡମ୍ବରୁଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ନାରାୟଣ ପୋଥାଳ ରାମଧୁନ ସଂଗୀତ ପରିବେଷଣ କରିଥିଲେ । ଏଥିରେ ଏବିଓ ପୁରୁଷୋତ୍ତମ ଧଳ, ଘନଶ୍ୟାମ ସ୍ୱାଇଁ, ବୁଦ୍ଧିରାମ ଜେନା, ସୁମତୀ ଜେନା, ବିରଞ୍ଚି ବେହେରା, ବିଣ୍ଣୁ ବେହେରା ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବାବେଳେ ତାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ । ଅନିରୁଦ୍ଧ ପଣ୍ଡା ବିବରଣୀ ଓ ସ୍ୱାଗତଭାଷଣ ଦେଇଥିବାବେଳେ ହିମାଂଶୁ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।