ଦୁର୍ଗମ ଅଞ୍ଚଳରେ ମହିଳା ସ୍ୱେଚ୍ଛାସେବୀଙ୍କ ଦ୍ୱାରା କରୋନା ସଚେତନତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଳକ ଗୁମା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଡ଼ୁପି ଗ୍ରାମରେ ମହିଳା ସ୍ୱେଚ୍ଛାସେବୀ ସୁଶ୍ରୀ ଅର୍ଚ୍ଚନା ରାଣି ପରାସେଟ୍‍ଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ସହିତ ମାସ୍କ ଓ ସାବୁନ୍‍ ବଣ୍ଟନ କରାଯାଇଛି। ଯୁବତୀ ଜଣକ ନିଜେ ମାସ୍କ ତିଆରି କରି ବିନା ମୁଲ୍ୟରେ ପ୍ରାୟ ୯୦ଟି ପରିବାରକୁ ୨ ଟି ଲେଖାଏଁ ବଣ୍ଟନ କରିବା ସହିତ ଗୋଟିଏ ଲେଖାଏଁ ସାବୁନ୍‍ ମଧ୍ୟ ପ୍ରଦାନ କରିଛନ୍ତି। ସେହିଭଳି ବହୁ ଯୁବକମାନଙ୍କୁ ମଧ୍ୟ ମାସ୍କ ପ୍ରଦାନ କରିବା ସହିତ କରୋନା ସମୟରେ କିଭଳି ଭାବେ ନିୟମ ମାନିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ଭଳି ବିିଭିନ୍ନ ଦିଗ ଉପରେ ସେ ସଚେତନ କରିଛନ୍ତି। ଏହି ଅବସରରେ ଗ୍ରାମର ଯୁବକ ସଂଘର କର୍ମକର୍ତ୍ତାମାନଙ୍କ ସହାୟତାରେ ଗାଁକୁ ସଫେଇ କରିବା ସହିତ ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାର ଦୌଡ଼ ଓ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ୱାର୍ଡ଼ ମେମ୍ବର, ଅଙ୍ଗନୱାଡ଼ି କର୍ମୀ ଓ ଅନ୍ୟମାନେ ସହଯୋଗ କରିଥିବା ବେଳେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ମଧ୍ୟ ସହଯୋଗ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ