ଜିଲ୍ଲାପାଳଙ୍କ ଠାରେ ଫେରାଦ

ଛତ୍ରପୁର, : ଛତ୍ରପୁର ସହରର ସମସ୍ତ ଉଠା ଦୋକାନୀ ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନ୍ରେ ଥଇଥାନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଠାରେ ଉଠା ଦୋକନୀ ବ୍ୟବସାୟୀମାନେ ଫେରାଦ ଜଣାଇଛନ୍ତି । ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡିଙ୍କ ନେତୃତ୍ୱରେ ଛତ୍ରପୁର ଲୋୟର ବସଷ୍ଟାଣ୍ଡର ଉଠା ଦୋକାନୀ ବ୍ୟବସାୟୀମାନେ ଜିଲ୍ଲାପାଳଙ୍କୁ ସାକ୍ଷତ କରି ସେମାନଙ୍କ ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ଛତ୍ରପୁର ଏନ୍ଏସି ତରଫରୁ ଏବେ ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ୍ ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଏଥିପାଇଁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ପୁରୁଣା ଉଠା ଦୋକାନୀ ବ୍ୟବସାୟୀଙ୍କୁ କିଭଳି ନିର୍ମାଣ କରାଯାଉଥିବା ଭେଣ୍ଡିଂ ଜୋନ୍ରେ ସ୍ଥାନ ପାଇବେ ସେଥିପ୍ରତି ଉଚିତ୍ ପଦକ୍ଷେପ ନିଆଯିବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ରେଡ୍ଡି ଓ ବ୍ୟବୟାସୀମାନେ ଜିଲ୍ଲାପାଳଙ୍କ ଠାରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ