ସଲମାନ କେବେ ହାତ ଛାଡ଼ି ନାହାନ୍ତି କଟ୍ରିନା

ଏକଦା ବଲିଉଡ୍ର ଚର୍ଚ୍ଚିତ ଯୋଡ଼ି ଭିତରୁ ଗୋଟିଏ ଥିଲେ ସଲମାନ-କଟ୍ରିନା । ହେଲେ କଟ୍ରିନାଙ୍କ ଜୀବନରେ ରଣବିରଙ୍କ ଏଣ୍ଟ୍ରି ପରେ ସବୁକିଛି ବଦଳିଯାଇଥିଲା । ଅଲଗା ହୋଇଥିଲେ ଦୁହେଁ । ଏବେ ସମୟ ବଦଳିବା ସହ ପ୍ରେମିକା ବଦଳାଇଛନ୍ତି ରଣବିର । ଆଲିଆ ତାଙ୍କ ଜୀବନରେ ଆସିଥିବା ବେଳେ କଟ୍ରିନା ଏବେ ବି ଜୀବନସାଥୀ ଅପେକ୍ଷାରେ । ତାଙ୍କ ଜୀବନର ଅନେକ କଠିନ ସମୟରେ ସାଙ୍ଗ ଭଳି ସମର୍ଥନ ଦେଇଛନ୍ତି ସଲମାନ । କଥାଟି ଆମେ କହୁନାହୁଁ । ସିଙ୍ଗାପୁର ହିନ୍ଦୁସ୍ତାନ ଟାଇମ୍ସ ମିଟ୍ ଏସିଆ ଲିଡରସିପ୍ ସମିଟ୍ରେ ଯୋଗଦେଇ ଏଭଳି କହିଛନ୍ତି କଟ୍ରିନା ।
ଉତ୍ସବରେ ନିଜର ବ୍ୟକ୍ତିଗତ ଜୀବନ, କ୍ୟାରିଅର ସହ ସଲମାନଙ୍କ ସହ ସମ୍ପର୍କକୁ ନେଇ କଟ୍ରିନା ମତ ରଖିଥିଲେ । ଜୀବନରେ ଅନେକ ଦୁଃଖଦ ସମୟ ଦେଖିଛି । ଏସବୁରେ ସଲମାନ ସବୁବେଳେ ଜଣେ ବନ୍ଧୁ ଭାବେ ସାଙ୍ଗରେ ରହି ଆସିଛନ୍ତି । ବିଗତ ବର୍ଷଗୁଡ଼ିକରେ ସେ ସର୍ବଦା ସମର୍ଥନ ଦେଇଛନ୍ତି । ତାଙ୍କ ଉପରେ ମୁଁ ଭରସା କରିପାରେ । ଆଖି ବନ୍ଦ କରି ବିଶ୍ୱ୍ାସ କରେ । ଏପରିକି ସଲମାନଙ୍କ ଭଉଣୀ ଅଲବିରା ଏବଂ ଅର୍ପିତାଙ୍କ ସହ ସମ୍ପର୍କ ମଧ୍ୟ ନିଆରା ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ