ଦବଙ୍ଗ-୩ରେ ବିନା ଶାର୍ଟରେ ନଜର ଆସିବେ ସଲମାନ୍
ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ପରଦାରେ ପୁଣି ବିନା ଶାର୍ଟରେ ନଜର ଆସିବେ । ନିଜ ଆଗାମୀ ସିନେମା “ଦବଙ୍ଗ-୩’ର କିଛି ସିନ୍ରେ ସେ ଶାର୍ଟ ଲେସ୍ ଅନ୍ଦାଜରେ ନଜର ଆସିବେ । ଏଥିପାଇଁ ସେ ଜିମ୍ରେ ପ୍ରବଳ ଝାଳ ବୁହାଉଛନ୍ତି । ଚଳିତ ବର୍ଷ ଡିସେମ୍ବର ୨୦ ତାରିଖରେ ରିଲିଜ ହେବ “ଡବଙ୍ଗ-୩’? ହିନ୍ଦୀ ସମେତ ତେଲୁଗୁ, ତାମିଲ ଓ କନ୍ନଡ ଭଳି ଆଉ ୩ଟି ଭାଷାରେ ରିଲିଜ ହେବ ଏହି ଫିଲ୍ମ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପ୍ରଭୁଦେବା ସଲମାନ ଏଥିରେ ମୁଖ୍ୟ ଚରିତ୍ରରେ ଥିଲାବେଳେ ତାଙ୍କ ଭାଇ ଅରବାଜ ଖାନଙ୍କୁ ବି ଏଥିରେ ଦେଖିବାକୁ ମିଳିବ । ସେ ଏଥିରେ ଅଭିନୟକରିବା ସହିତ ସଲମାନଙ୍କ ସହ-ପ୍ରଯୋଜକ ଦାୟିତ୍ୱ ତୁଲାଇବେ । ଦବଙ୍ଗର ୩ରେ ନାୟିକା ଭାବେ ସୋନାକ୍ଷିଙ୍କୁ ହିଁ ଦେଖିବାକୁ ମିଳିବ । ଖଳନାୟକ ଭାବେ ସାଉଥ ଷ୍ଟାର୍ ସୁଦୀପ ଦେଖାଦେବେ । ଏହା ବ୍ୟତୀତ ଦବଙ୍ଗ-୩ ରେ ଶାହରୁଖ ଖାନ ଅତିଥି ଭୂମିକାରେ ନଜର ଆସିପାରନ୍ତି ।


