ସପ୍ତମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
ଭୁବନେଶ୍ୱର, : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ସପ୍ତମ ସପ୍ତାହରେ ପଦାର୍ପଣ କରିଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଏଜି ଛକ ନିକଟରେ ଥିବା ଓଡ଼ିଶାର ପ୍ରଚଣ୍ଡ ସ୍ୱାଭିମାନୀ, ଦରଦୀ, ରୀତିଯୁଗର ସୁକବି ଦୀନକୃଷ୍ଣ ଦାସଙ୍କ ପ୍ରତିମୂର୍ତ୍ତି ସଫେଇ ସହ ଓ ଚତୁଃପାଶ୍ୱର୍ରେ ଥିବା ଅନାବନା ଘାସଲଟା ସଫେଇ କରାଯାଇଥିଲା । କବି ଦୀନକୃଷ୍ଣ ଦାସ ଦାରିଦ୍ର୍ୟର କଷାଘାତରେ ଥାଇ ମଧ୍ୟ ନିଜର କବିତ୍ୱ ଓ ସ୍ୱାଭିମାନକୁ ଜଳାଞ୍ଜଳି ଦେଇନଥିଲେ । ତାଙ୍କର ସ୍ମୃତି•ରଣ ପୂର୍ବକ ଅଭିଯାନର ଅଧ୍ୟକ୍ଷ ବରିÂ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ଓ ବିଜୟ ପରିଡ଼ା ଉଲ୍ଲେଖ କରିଥିଲେ ଯେ, ପୁରୀ ରାଜାଙ୍କ ଦରବାରରେ ତାଙ୍କର କବି ପ୍ରତିଭା ଓ ପାଣ୍ଡିତ୍ୟକୁ ବେଶ୍ ସଠିକ୍ ଭାବେ ପ୍ରତିପାଦନ କରିଥିଲେ । ପୁରୀ ରାଜା ଦୀନକୃଷ୍ଣଙ୍କୁ କହିଥିଲେ ୫ଟି ଗ୍ରାମ ବଦଳରେ ତାଙ୍କର ସମସ୍ତ କବିତା ଓ ଲେଖନୀ ରାଜାଙ୍କ ନାମରେ ଲେଖି ନାମିତ କରିବା ପାଇଁ । ମାତ୍ର ପ୍ରଚଣ୍ଡ ସ୍ୱାଭୀମାନୀ ତଥା ଦରଦୀ କବି ଦୀନକୃଷ୍ଣ ତାଙ୍କର ପ୍ରସ୍ତାବକୁ ତତ୍କ୍ଷଣାତ୍ କୁଠାରଘାତ କରିଥିଲେ । ରାଜା ଏହାପରେ ତାଙ୍କୁ ପୁରୀରୁ ବିତାଡ଼ିତ କରିଥିଲେ ଓ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ମାନ ଆଣିଥିଲେ । ସେ ରାଜାନୁଗ୍ରହରୁ ବଞ୍ଚôତ ହୋଇଥିଲେ ସତ୍ୟ ମାତ୍ର, ପ୍ରଭୁ ଜଗନ୍ନାଥଙ୍କୁ ଆରାଧନା କରି ନିଜର ପାଣ୍ଡିତ୍ୟ ବଳରେ ଓଡ଼ିଶାର କବି ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ଏଠାରେ ଗୋଟିଏ କଥା କୁହାଯାଇପାରେ ଯେ, ‘ରାଜା ସିନା ପୂଜା ପାଏ ଆପଣା ରାଜ୍ୟରେ, ମାତ୍ର କବି ପୂଜା ପାଉଥାଏ ଦେଶବିଦେଶରେ ।’କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭାଷାରେ-କବି ତୁଲେ, କବି ପଣେ ନମଣିବୁ ତୁ କାହାକୁ, କହେ ଉପେନ୍ଦ୍ର ଭଞ୍ଜ ଟେକି ବେନି ବାହାକୁ, ଏକା ଦିନକୃଷ୍ଣ ଅଭିମନୁ୍ୟଙ୍କ ଚରଣେ ଶରଣ, ଆଉ ଯେତେ କବିଛନ୍ତି ମଥାରେ ମୋ ଚରଣ । ସରକାର ପୂଜ୍ୟପୂଜାକୁ ପ୍ରାଧାନ୍ୟ ଦେଇ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସୁରକ୍ଷା ସହ ଚତୁଃପାଶ୍ୱର୍ର ପରିବେଶକୁ ସବୁଜିମାମୟ କରନ୍ତୁ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନରେ ସଂଯୋଜକ କିଷନ ବରାଇଙ୍କ ସଂଯୋଜନାରେ ସାମିଲ ହୋଇଥିଲେ ଅଲେଖ ଜେନା, ଲକ୍ଷ୍ମଣ ଦାସ, ଅରବିନ୍ଦ ତ୍ରିପାଠୀ, ଡମ୍ବରୁଧର ହରଣସିଂହ, ବୁଦ୍ଧିମାନ ନାୟକ, ଡ. ଅସିତ୍ ଦାସ, ଉମାଚରଣ ମହାନ୍ତି, ବିଜୟ ପରିଡ଼ା, ସାଧୁ ଚରଣ ବେହେରା, ସୁରଥ ବିଶ୍ୱାଳ, ପ୍ରଦୀପ କୁମାର ବିଶ୍ୱାଳ, କୈଳାସ ମୁଦୁଲି, ବିଶ୍ୱନାଥ ସ୍ୱାଇଁ, ନିରଞ୍ଜନ ସାହୁ, ଶରତ ରାଉତ, ପ୍ରଫୁଲ୍ଲ ବାରିକ, ମନୋରଞ୍ଜନ ବାରିକ, ବିଜୟ ମଲ୍ଲ, ସିତାଂଶୁ ଶେଖର ମହାରଣା, ବ୍ରଜବନ୍ଧୁ ପରିଡ଼ା, ପ୍ରମୋଦ ଦେବ, ବୁଦ୍ଧିମାନ ନାୟକ ପ୍ରମୁଖ ।


