ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍ ପ୍ରୋଗ୍ରାମ

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ତାକରଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୩୦/୪/୨୬ ତାରିଖ ଦିନ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଦ୍ଭିଦ ବିଜ୍ଞାନ ବିଭାଗର ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀମାନେ ଏପ୍ରିଲ ୩୦ ତାରିଖ ଠାରୁ ତାକରଡା ଗ୍ରାମ ପଞ୍ଚାୟତର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ବିଷୟରେ ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀଙ୍କ ସହଯୋଗରେ ଅନୁଧ୍ୟାନ କରି ବିବରଣୀ ପ୍ରସ୍ତୁତ କରିବେ। ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ଜୟରାମ ବିଷୋୟୀଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଥମ ଦିନର କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ପଞ୍ଚାୟତର ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ, ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଦିଲ୍ଲୀପ କୁନାର ସାହୁ, ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଦର୍ଶକ ସୁଶାନ୍ତ କୁମାର ଦାସ, ପଞ୍ଚାୟତ କର୍ମଚାରୀ ପିଇଓ ସୁବ୍ରତ କୁମାର ଗଡନାୟକ ଓ ଉଦ୍ଭିଦ ବିଜ୍ଞାନ ବିଭାଗର ବେରାର ଟୁନା ସେଠୀ  ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗ କରିବାକୁ ସରପଞ୍ଚ ଶ୍ରୀ ପ୍ରଧାନ ଓ ପିଇଓ ଶ୍ରୀ ଗଡନାୟକ ନିର୍ଭର ପ୍ରତିଶୃତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ