ଅଙ୍ଗନବାଡି ସହାୟିକାଙ୍କ ବଦଳି ଦାବିରେ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମହିଳା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ବାଇଦାପୋଷୀ ଗ୍ରାମ ୨ ନମ୍ବର ଓ୍ବାର୍ଡର ଅଙ୍ଗନବାଡ଼ି ସହକର୍ମୀ ବାସନ୍ତୀ ମାଝୀ ବିନା ସୂଚନାରେ ବାରମ୍ବାର ଅନୁପସ୍ଥିତି , ଅନୀୟମିତାରେ ଲିପ୍ତ ଥିବାରୁ ଗ୍ରାମର ପୁରୁଷ ଓ ମହିଳା ନାନା ସରକାରୀ ଯୋଜନାରୁ ବଂଚିତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହାକୁ ନେଇ ୦୬-୦୬-୨୦୨୦ରେ ଗ୍ରାମର ପୁରୁଷ ଓ ମହିଳା ମାନେ ସିଡିପିଓଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ।ହେଲେ ସିଡିପିଓ ଆଜିଯାଏଁ ମୁଣ୍ଡ କାନ ହଲାଉ ନାହାନ୍ତି । ଅକ୍ଟୋବର ପହିଲାରେ କାହାକୁ କିଛି ନ କହି ପୁନର୍ବାର ସେ ଆସି ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । ଏହାକୁ ନେଇ ଗ୍ରାମବାସୀ ଦ୍ଵାରା ଏକ ବୈଠକ ଡକାଯାଇଥିଲା । ସମସ୍ତଙ୍କର ମତ ଥିଲା ତୁରନ୍ତ ବହିଷ୍କାର କିମ୍ବା ବଦଳି କରାଯାଉ ।ସେହି ମତକୁ ନେଇ ଗ୍ରାମର ଶତାଧିକ ମହିଳାମାନେ ବୁଧବାର ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ତାଙ୍କର ବଦଳି ନିମନ୍ତେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଙ୍ଗନବାଡ଼ି କର୍ମୀ ମେଟେରିନିଟି ଛୁଟିରେ ଥିବାରୁ ଅନ୍ୟ ଏକ ଅଙ୍ଗନବାଡି କର୍ମୀ ଏହାର ଦାୟିତ୍ଵରେ ଅଛନ୍ତି ।ପୁଣି ବାସନ୍ତୀ ମାଝୀ ପୁନର୍ବାର ଅକ୍ଟୋବର ପହିଲାରୁ ଆସି ଅଙ୍ଗନବାଡ଼ି କେନ୍ଦ୍ରରେ ଜବରଦସ୍ତି ଆସି କାର୍ଯ୍ୟ କରୁଛନ୍ତି । ସେଥିପାଇଁ ଗ୍ରାମବାସୀ ଏକ ବୈଠକରେ ବାସନ୍ତୀ ମାଝୀଙ୍କୁ ତୁରନ୍ତ ବଦଳି କିମ୍ବା ବହିଷ୍କାର ପାଇଁ ସିଦ୍ଧାନ୍ତ ନିଆଯାଇଥିଲା ।ସେହି ଅନୁସାରେ ବୁଧବାର ଦିନ ବାଇଦାପୋଷୀ ଗ୍ରାମର ମହିଳାମାନେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଉପଜିଲ୍ଲାପାଳଙ୍କ ପାଖରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ