ହିରୋ ମୋଟୋକର୍ପ ବିଏସ-ଭିଆଇ ସ୍ପେ୍ଲଣ୍ଡର ଆଇ ସ୍ମାର୍ଟ୧୧୦ଛାଡିଲା
ହିରୋ ମୋଟୋକର୍ପ ପକ୍ଷରୁ ପ୍ରଥମ ବ୍ୟାଚ ବିଏସ-ଭିଆଇ ଯୁକ୍ତ ସ୍ପେ୍ଲଣ୍ଡର ଆଇ ସ୍ମାର୍ଟ ୧୧୦ମୋଟର
ସାଇକେଲ ଡିଲର ମାନଙ୍କ ପାଖରେ ସଚେତନତା ଓ ଟ୍ରେନିଂ ପାଇଁ ଉପଲବ୍ଧ କରାଯାଇଛି । ଏହାର
ବ୍ୟବସାୟୀକ ଶୁଭାରମ୍ଭ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।
କମ୍ପାନୀ ପକ୍ଷରୁ ପ୍ରାରମ୍ଭିକ ଭାବରେ ଦେଶର ବିଭିନ୍ନ ସ୍ଥାନରେ ଡିଲର ମାନଙ୍କର କର୍ମଚାରୀ ମାନଙ୍କୁ ଏହି
ମୋଟର ସାଇକେଲ ବିଷୟରେ ଟ୍ରେନିଂ ଦେଇ ପ୍ରସ୍ତୁତ କରିବାକୁ ଲକ୍ଷ ରଖାଯାଇଛି । କମ୍ପାନୀ ସୁତ୍ରରୁ
ପ୍ରକାଶ ଯେ ବିଏସ-ଭିଆଇ ମୋଟର ସାଇକେଲ ଓ ସ୍କୁଟର ଧାର୍ଯ୍ୟ ସମୟ ପୂର୍ବରୁ ବଜାରକୁ ଛଡାଯିବ ।
ଏହି ମଡେଲ ର ଦାମ ବର୍ତମାନର ସ୍ପେ୍ଲଣ୍ଡର ଆଇ ସ୍ମାର୍ଟ ମୋଟର ସାଇକେଲ ଠାରୁ ୧୨ ରୁ ୧୫ ପ୍ରତିଶତ
ଅଧିକ ହେବ ବୋଲି ଆଶା କରାଯାଉଛି ।
ଗତ ଜୁନ ମାସରେ ହିରୋ ମୋଟୋକର୍ପ ପ୍ରଥମ ଦୁଇ ଚକିଆ ଯାନ ନିର୍ମାତା ଭାବରେ ସ୍ପେ୍ଲଣ୍ଡର ଆଇ ସ୍ମାର୍ଟ
୧୧୦ ମୋଟର ସାଇକେଲ ପାଇଁ ଇଂଟରନ୍ୟାସନାଲ ସେଂଟର ଫର ଅଟୋମୋଟିଭ୍ ଟେକ୍ନୋଲୋଜି
(ଆଇସିଏଟି) ଠାରୁ ପାଇଥିଲା । ଏହି ବିଏସ-ଭିଆଇ ଯୁକ୍ତ ମୋଟର ସାଇକେଲ ସଂପୂର୍ଣ୍ଣ ନିଜସ୍ୱ ଭାବରେ
ଡିଜାଇନ କରାଯାଇ କମ୍ପାନୀର ଜୟପୁର ସ୍ଥିତ ସେଂଟର ଫର ଇନୋଭେସନ ଏଣ୍ଡ ଟେକ୍ନୋଲୋଜି ଠାରେ
ପ୍ରସ୍ତୁତ କରାଯାଇଛି ।


