ଟ୍ରାଫିକ ନିୟନ୍ତ୍ରଣ, ମଦ୍ୟପଙ୍କୁ ସାବାଡ଼ କରିବାକୁ ଗୁରୁତ୍ୱାରୋପ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ପକ୍ଷରୁ ସୋମବାର ପୂର୍ବାହ୍ନରେ ଥାନା ଅଭ୍ୟର୍ଥନା କକ୍ଷ ପ୍ରକୋଷ୍ଠ ପରିସରରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାଶଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ବ୍ଳକ ଅକ୍ଷ୍ୟକ୍ଷ ଏନ. ରଘୁନାଥ ଯୋଗ ଦେଇଥିଲେ । ହିଞ୍ଜିଳି ଥାନା ଅଧିନ ଗଣ୍ଡଳା ଗ୍ରାମରେ ଦେଶୀ ମଦ ଦୋକାନ ସମ୍ମୁଖରେ ମଦୁଆ ମାନଙ୍କ ଭିଡ଼ ସଦାସର୍ବଦା ଲାଗି ରହୁଥିବାରୁ ଗ୍ରାମରେ ଅସନ୍ତୋଷ ଦେଖାଦେଉଛି । ଶାସନ ଆମ୍ବଗାଁ ରେ ରାସ୍ତା ପ୍ୱାଶ୍ୱର୍ରେ ଦେଶୀ ମଦଭାଟି ରହିଥିବା ଯୋଗୁଁ ମଦ୍ୟପ ମାନଙ୍କ ଆଡ୍ଡା ଜମୁ ଥିବାରୁ ନିକଟସ୍ଥ ଅଂଚଳରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯିବା ଆସିବା କରୁଥିବା ଶିକ୍ଷାର୍ଥୀ ମାନଙ୍କମଧ୍ୟରେ କୁ ପ୍ରଭାବ ପଡ଼ୁଥିବା ଏବଂ ଗ୍ରାମରେ ଜୁଆ ଖେଳର ଆସର ଜମୁଥିବାରୁ ଗ୍ରାମରେ ଅସନ୍ତୋଷ ଦେଖାଦେଉଛି ବୋଲି ବୈଠକରେ ମତ ଉପସ୍ଥାପନ କରାଯାଇଥିଲା । ଦୟାପଲ୍ଲୀ ଗ୍ରାମରେ ଯୁବପିଢି ସନ୍ଧ୍ୟା ସମୟରେ ମୋଟର ସାଇକେଲରେ ଗ୍ରାମ ମଧ୍ୟରେ ଦୃତ ଗତିରେ ଗାଡ଼ି ଚାଳନା କରିବା ସହ ବହୁ ସମୟରେ ଦୂଘଁଟଣା ଘଟୁଥିବାରୁ ପୋଲିସ ପ୍ରଶାସନକୁ ଆବଶଞକୀୟ ପଦକ୍ଷେପ ଗ୍ରହଣ କରିବାକୁ ମତ ପ୍ରକାଶ ପାଇଥିଲା । ତହଁର ଋଷିକୂଲ୍ୟା ସେତୁ ଉପରେ ମଦ୍ୟପ ଆଡ୍ଡା ଜମିବା ସହ ପିତଳ ଛକ ଠାରୁ ଗ୍ରାମ ମଧ୍ୟକୁ ଯିବା ରାସ୍ତାରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ସମ୍ମୁଖରେ ମଦୁଆ ମାନଙ୍କ ଭିଡ଼ ଏବଂ ଯାତାୟତ କରୁଥିବା ଝିଅ, ବୋହୁଙ୍କୁ ଅଶ୍ଳିଳ କଂମେଟ ମାରୁଥିବା ଘଟଣା ପ୍ରତି ଦୃଷ୍ଟି ଦେଇ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କାରବାକୁ ଦାବୀ ଉପସ୍ଥାପନ କରାଯାଇଥିଲା । ଖଣ୍ଡରା ଓ ପିତଳ ଛକରେ ଷ୍ଟପ ବ୍ରେକର ଲଗାଇବାକୁ ଅନୁରୋଧ କରାଯାିଥିଲା । ବିଶେଷକରି ହିଞ୍ଜିଳିକାଟୁ ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥା ସୁଧାର ଆଣିବା ସହ ଗଂଜାମ ପ୍ରସିଦ୍ଧ ଦଣ୍ଡନାଚ ସମୟରେ ଅଶ୍ଳୀଳ ନାଚ ପରିବେଷଣ ବନ୍ଦ କରାଯିବା , ଚୋର ମଦ ବେପାରକୁ ସମ୍ପୂର୍ଣ୍ଣ ନିଷେଧ କରାଯିବା, ଗାଡ଼ି ଚାଳନା ସମୟରେ ହେଲମେଟ ବ୍ୟବହାର ପାଇଁ ବୈଠକରେ ଉପସ୍ଥିତ ସଭ୍ୟ ମାନେ ମତପ୍ରକାଶ କରିଥିଲେ । ସୁଂଧାଶୁ ଶେଖର ସାହୁ, ଡ଼ାକ ବିଶ୍ୱାଳ, କେ. ବାସୁଦେବ, ରାମଚନ୍ଦ୍ର ଗୌଡ଼.ମୁରଲିଧର ସ୍ୱାଇଁ, ରମେଶ ପଣ୍ଡା, ପ୍ରକାଶ ସ୍ୱାଇଁ ଙ୍କ ସମେତ ଆମ ପୋଲିସ ସମିତିର ସଭ୍ୟ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ହିଞ୍ଜିଳି ଥାନାର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।ପରିଶେଷରେ ଥାନାର ଏସଆଇ ପ୍ରଦିପ୍ତ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ