ଅଁରା ସରପଞ୍ଚଙ୍କୁ ର୍ଦୁବ୍ୟବହାର ନେଇ ଅଭିଯୋଗ

ହାଟଡ଼ିହି, : ହାଟଡିହି ବ୍ଲକ ଅଁରା ସରପଞ୍ଚଙ୍କୁ ସ୍ଥାନୀୟ କିଛି ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସରପଞ୍ଚ କହ୍ନେଇ ମୁଣ୍ଡା ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ୭ତାରିଖ ଦିନ ସେହି ପଞ୍ଚାୟତର କିଛି ବ୍ୟକ୍ତି ସରପଞ୍ଚଙ୍କୁ ତାଙ୍କ ଘରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଡାକିଆଣି ଲକ୍ଷେ ଟଙ୍କା ମାଗିଥିଲେ । ମାତ୍ର ସରପଞ୍ଚ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ପଞ୍ଚାୟତର ଆୟ ବ୍ୟୟର ହିସାବ ମାଗିଥିଲେ ଓ ତୁରନ୍ତ ଇସ୍ଥଫା ଦେବାକୁ ତାଙ୍କରି ପ୍ୟାଡରେ ଜୋର ଜବରଦସ୍ତ ଦସ୍ତଖତ ନେଇଥିଲେ । ଯଦି ହିସାବ ନେବେ ତେବେ ଆମ ୱାର୍ଡ ସଭ୍ୟସଭ୍ୟା ମାନେ ନେବେ, ମୁଁ ତୁମକୁ କାହିଁଁକି ହିସାବ ଦେବି ବୋଲି ସରପଞ୍ଚ କହିବାରୁ ସଂପୃକ୍ତ ବ୍ୟକ୍ତି ମାନେ ରାଗିଯାଇ ସରପଞ୍ଚଙ୍କୁ ଠେଲାପେଲା କରିବା ସହିତ ପଞ୍ଚାୟତ ଘରେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ସରପଞ୍ଚଙ୍କ କିଛି ସମର୍ଥକ ଏ ବାବଦରେ ଜାଣିବାପରେ କାର୍ଯ୍ୟାଳୟରେ ପହଞ୍ଚି ସରପଞ୍ଚଙ୍କୁ ଉଦ୍ଧାର କରିଥିଲେ । ଏନେଇ ସରପଞ୍ଚ ନନ୍ଦିପଦା ଥାନାରେ ଅଭି ଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସରପଞ୍ଚ ଜଣେ ଆଦିବାସୀ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ବାରମ୍ବାର ନିର୍ଯ୍ୟାତନା ଦିଆଯାଉଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ