ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚାରା ବିତରଣ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):ମହାମାରି ସମୟରେ ରାଷ୍ଟ୍ରିୟ କୃଷି ବିକାଶ ଯୋଜନା ମାଧ୍ୟମରେ ଘରବାଡ଼ି ବଗିଚା ପାଇଁ ମିଶ୍ରିତ ଫଳଚାରା ବିତରଣ କାର୍ଯ୍ୟକ୍ରମ ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗଞ୍ଜୁଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଏହି ଚାରା ପ୍ରଦାନ କରାଯାଇଥିବା ବେଳେ ଏଥିରେ ଅତିଥିଭାବେ ସ୍ଥାନୀୟ ସରପଂଚ ଶ୍ରୀମତୀ ସୌଦାମିନି ମଲିକ ସାମିଲ୍ ହୋଇ ବିିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ମାନଙ୍କୁ ବିଭିନ୍ନ ପ୍ରକାର ଚାରା ପ୍ରଦାନ କରିଛନ୍ତି । କାର୍ଯକ୍ରମରେ ବହୁ ମହିଳା ଓ ଅନ୍ୟ ନିର୍ବାଚିତ ଲୋକ ପ୍ରତିନିଧି ଓ ଉଦ୍ୟାନ ବିଭାଗର କର୍ମଚାରୀ ମାନେ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ