ହରେକୃଷ୍ନ ମଳିକଙ୍କୁ ନିଃସର୍ତରେ ଜେଲରୁ ମୁକୁଳାଇବାକୁ ଦାବୀ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):ଫୁଲବାଣୀରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ରାଷ୍ଟ୍ରୀୟ ଆଦିବାସୀ ଛାତ୍ର ସଂଘ କନ୍ଧମାଳ ଓ କନ୍ଧମାଲ ଆଦୀବାସୀ ସୁରକ୍ଷା ପରିଷଦ ପକ୍ଷରୁ କିଛିଦିନ ପୁର୍ବେ ଗିରଫ ହୋଇଥିବା ହରେକୃଷ୍ଣ ମଲ୍ଲିକଙ୍କୁ ନିଃସର୍ତରେ ଛାଡିବା ଦାବୀରେ ଆଜି ସ୍ଥାନୀୟ କଲେଜ ଛକଠାରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସେଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଏ ନେଇ ଏକ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଏକତା ପରିଷଦ ପକ୍ଷରୁ ପ୍ରଥମେ ଆଦିବାସୀ ନେତା ଲମ୍ବଧର କହଁରଙ୍କ ବାସଭବନ ଠାରେ ଏକଜୁଟ ହେବା ସହିତ ଏହି ସଂକ୍ରନ୍ତରେ ଆଲୋଚନା ପରେ ଶୋଭାଯାତ୍ରା ବାହାରିଥିଲା । ସେଠାରେ ଏକ ପଥପ୍ରାନ୍ତ ସଭାରରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସଭାପତି ଦୟାନିଧି ମଲ୍ଲିକ,ସମ୍ପାଦକ ଗୋପାଳ ଚନ୍ଦ୍ର କହଁର,ଉପ-ସଭାପତି ପ୍ରଦୀପ କୁମାର କହଁର,ବହୁଜନ ସମାଜପାର୍ଟିର ରାଜ୍ୟ ସଭାପତି ଡ଼. ସୋମେଶ ବେଗ୍‌, ବହୁଜନ କ୍ରନ୍ତି ମୋର୍ଚ୍ଚାର ସଭାପତି ତ୍ରିନାଥ ମାଝୀ,ଟିକାବାଲି କୁଇ ସମାଜ ସଭାପତି ବିବଛ ପ୍ରଧାନ ସମେତ ବହୁ ଆଦିବାସୀ ନେତା ଯୋଗ ଦେଇ ହରେକୃଷ୍ଟ ମଳିକ ସୋସିଆଲ ମିଡ଼ିଆରେ ହୀନ୍ଦୁ ଦେବା ଦେବୀ ମାନଙ୍କ ଉପରେ ଯଥାର୍ଥତା ଥିବା କହିବା ସହ ତାଙ୍କୁ ନିଃସର୍ତରେ ଜେଲରୁ ଖଲାସ କରିବା ପାଇଁ ଦାବୀ କରିଥିଲେ । ବିଭିନ୍ନ ଆଦିବାସୀ ନେତା ଏହି ସଭାରେ ସେମାନଙ୍କର ବକ୍ତବ୍ୟ ରଖି ଭାରତୀୟ ସମ୍ବିଧାନର ପଂଚମ ଓ ଷଷ୍ଠ ଅନୂସୂଚିକୁ ଲାଗୁ କରିବା ପାଇଁ ଦାବୀ କରିଥିଲେ । ଏହା ସହିତ ବ୍ରହ୍ମଣମାନେ କିପରି ଆଦିବସୀ ହରିଜନ ଓ ଓବିସିମାନଙ୍କୁ ଶୋଷଣ କରୁଛନ୍ତି ସେ ନେଇ ବକ୍ତବ୍ୟ ରଖିଥିଲେ । ସୂଚନା ପ୍ରକାରେ କିଛି ଦିନ ଆଗରୁ ସୋସିଆଲ ମିଡ଼ିଆରେ ହୀନ୍ଦୁ ଦେବା,ଦେବୀଙ୍କୁ ନେଇ ହରେକୃଷ୍ନ ମଲ୍ଲିକ କିଛି କଟୁ ଏବଂ ଅଶ୍ଳିଳ ଭାଇରାଲ କରିଥିଲେ । କିଛି ଲୋକଙ୍କର ଦ୍ୱାରା ରାଜ୍ୟ ସରକାର ଓ ପୁଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବାପରେ ପୁଲିସ ବିଭାଗ ନିଜ ପକ୍ଷରୁ ଏକ ମାମଲା ରୁଜ୍ଜୁ କରିବା ସହିତ ହରେକୃଷ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ