ଲଗାଣ ବର୍ଷାରେ ପନିପରିବା ଚାଷ ଉଜୁଡି ଗଲା

ବାଲିକୁଦା, (ଅନସୂୟା ରାଉତ):ବାଲିକୁଦା ବ୍ଲକ ଅନ୍ତର୍ଗତ ୩୦ଗୋଟି ପଞ୍ଚାୟତର ଅନେକ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଲଗାଣ ବର୍ଷା ସେମାନଙ୍କ ଫସଲକୁ ଉଜାଡି ଦେଇଛି। ହଜାର ହଜାର ଟଙ୍କା ବ୍ୟୟ କରି ଚାଷୀ ଭାଇ ଭଉଣୀ କୋଷିଳା ଶାଗ, ମୂଳା, ଫୁଲ କୋବି ପ୍ରଭୃତି ଚାଷ କରିଥିଲେ। ଆଉ ଦିନ କେଇଟା ପରେ ଫସଲରୁ କିଛି ଲାଭ କରିଥାନ୍ତେ। ହେଲେ ଲଗାଣ ବର୍ଷା ତାଙ୍କ ଅଣ୍ଟା ଭାଙ୍ଗି ଦେଇଛି। ସେମାନଙ୍କ କଁଅଳିଆ ଫସଲକୁ ଉଜାଡି ଦେଇ ଚାଷୀ ମୁଣ୍ଡରେ ଚଡକ ପକାଇଛି। ଗୋଟିଏ ପଟେ କରୋନା କଷ୍ଟରେ କାଳାତିପାତ କରୁଥିବା ଚାଷୀ ଭାଇ ଲଗାଣ ବର୍ଷାରେ ଅଧିକ ତଳି ତଳାନ୍ତ ହୋଇ ପଡିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ