ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରେସୱା ସ୍ୱାଧାର ଗୃହ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଂଟନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମନକରପୁରସ୍ଥିତ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ କୋଭିଡ ସମୟରେ ଶୁକ୍ରବାର ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ଶୁଖିଲା ଖାଦ୍ୟ ଚୁଡା ଓ ବିସ୍କୁଟ ପ୍ୟାକେଟ ଅନ୍ତେବାସୀମାନଙ୍କୁ ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱାଧାର ଗୃହର ତତ୍ୱାବଧାରୀକା ମୀନତୀ ମହାରଣା,ସମାଜସେବୀ ସେକ ଲିଆକତ ହୁସେନ,ଚିତ୍ତରଞ୍ଜନ ଦାସଙ୍କ ସମେତ ସ୍ୱାଧାର ଗୃହର ଅନ୍ତେବାସୀମାନେ ଉପସ୍ଥିତ ଥିଲେ ।


