ବିକାଶ ସାମ୍ମୁଖ୍ୟ ତରଫରୁ ସ୍ମୃତିସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିକାଶ ସାମ୍ମୁଖ୍ୟ ପରିସରରେ ବୈଷ୍ଣବ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମୁହିକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦେହାନ୍ତ ହୋଇଥିବା ଦିବଗଂତ ଆତ୍ମାମାନଙ୍କ ପ୍ରତି ୨ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଂଗଠନର ସଂପାଦକ ଅଧ୍ୟାପକ ଅଜୟ ସାମଲ କେନ୍ଦ୍ରାପଡାର ସମାଜସେବୀ ବ୍ୟବସାୟୀ ସଂଜୟ ସାହୁ, ଶିକ୍ଷକ ନେତା ମନୀନ୍ଦ୍ର ସାମଲ, ଅଧ୍ୟାପକ ହରିଶ୍ଚନ୍ଦ୍ର ପରିଡା, ଗିରିଜା ପ୍ରସାଦ ରାଉତ, ଶିକ୍ଷକ ମନୋରଞ୍ଜନ ବାରିକ, ପୂର୍ବତନ ଅଧ୍ୟକ୍ଷ ଅନାମ ବଂଧୁ ଧଳ, ବଟକୃଷ୍ଣ ପ୍ରଧାନ, କମ୍ୟୁନିଷ୍ଟ ନେତା ରବିନ୍ଦ୍ର ବେହେରା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥି, ମତଲୁବ ଅଲ୍ଲୀ, ବିଧାୟକ ବିଷ୍ଣୁ ଦାସ, ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ୱର ପାତ୍ର, କଳାକାର ବିଜୟ ମହାନ୍ତି, ଅଜିତ ଦାସ, କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନ ଏବଂ କରୋନା ଲଢେଇରେ ଲଢି ହଜାର ହଜାର ସାମାଜିକ କର୍ମୀ ଓ ଦେହାନ୍ତ ହୋଇଥିବା ଅଧିକାରୀ ମାନଙ୍କ ଉଦ୍ଦେଶ୍ୟରେ ସାମୁହିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ଚନ୍ଦ୍ର ପଟ୍ଟନାୟକ, ଭାଗିରଥି ଜେନା, ଅମୀୟ ନାୟକ, ଅବଧୂତ ରାଉତ, ପଙ୍କଜ ବେହେରା, ଆଦିକନ୍ଦ ରାଉଳ ଏବଂ ଆଜାଦି ଆଦ୍ୟାଶା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ