ଏମିତି ଗାଁ, ଯେଉଁଠି ଲୋକ ନାହାନ୍ତି

ରୋଜଗାର ଆଶାରେ ଅଧିକାଂଶ ଲୋକ ଗାଁ ଛାଡ଼ି ସହରମୁହାଁ ହୋଇଛନ୍ତି । ସହରରେ ରୋଜଗାରର ପନ୍ଥା ଅଛି ସତ, ମାତ୍ର ଗାଁରେ ଯେଉଁ ଆନନ୍ଦ ତାହା ଦେଖିବାକୁ ମିଳେ ନାହିଁ । ସେଥିପାଇଁ ତ ଆଜିର ବ୍ୟସ୍ତବହୁଳ ଜୀବନରେ ଟିକେ ସମୟ ମିଳିଲେ ଲୋକେ ଗାଁକୁ ଯାଇଥାନ୍ତି । କିଛି ମୁହୂର୍ତ୍ତ ଗାଁରେ ବିତାଇ କ୍ଳାନ୍ତଭରା ମନକୁ ଟିକେ ହାଲୁକା କରିବାକୁ ଚାହିଁଥାନ୍ତି । କିନ୍ତୁ ଏମିତି ଗାଁ ରହିଛି, ଯେଉଁଠି କୌଣସି ଲୋକ ବସବାସ କରୁନାହାନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏପରି ଗାଁ ରହିଛି ଇଂଲଣ୍ଡରେ । ଏଠାରେ ଥିବା କୋପହିଲ୍ ଡାଉନ୍ ନାମକ ଗାଁଟି ଦେଖିବାକୁ ଖୁବ୍ ସୁନ୍ଦର । ଏଠାକାର ପରିବେଶ ବେଶ୍ ଆକର୍ଷଣୀୟ । କିନ୍ତୁ ଜଣେ ହେଲେ ଲୋକ ଦେଖିବାକୁ ମିଳନ୍ତି ନାହିଁ । ଏହା ପଛରେ ଏକ କାରଣ ମଧ୍ୟ ରହିଛି । ଏହି ଗାଁକୁ ବ୍ରିଟିଶ ଆର୍ମି ଗଢ଼ିଥିଲେ । ଶୀତଳ ଯୁଦ୍ଧ ସମୟରେ ବ୍ରିଟିଶ ସୈନିକମାନେ ମକ୍ଡ୍ରିଲ୍ ଏବଂ ଅଭ୍ୟାସ ପାଇଁ ଗାଁଟିକୁ ତିଆରି କରିଥିଲେ । ଏହାକୁ ଫିବୁଆ ନାଁ ଦିଆଯାଇଛି । ଏହି ଗାଁ ଏଥିପାଇଁ ହୋଇଥିଲା ଯେ, ଇରାକ୍ ଏବଂ ଆଫଗାନିସ୍ତାନର ସୈନିକମାନଙ୍କ ସହ ତାଲିମ ନେବାର ସୁଯୋଗ ମିଳିବ । ତେଣୁ ଏହି ଗାଁକୁ ଅନ୍ୟ କେହି ପ୍ରବେଶ କରିବା ପାଇଁ ପ୍ରତିବନ୍ଧକ ରହିଛି । ଏଠାରେ କେତେବେଳେ କେମିତି ବ୍ରିଟିଶ ଏୟାରପୋର୍ଟର ଉତ୍ସବ ପାଳନ କରାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ