ଆଖି ଡେଇଁଥାଏ କାହିଁକି
ବେଳେବେଳେ କେତେକଙ୍କର ଆଖି ଡେଇଁଥାଏ । ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି । ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି, ମୃଦୁ ପାନୀୟ, ଚକୋଲେଟ ଖାଇଲେ ଏପରି ହୋଇଥାଏ । ଏସବୁରେ କାଫେନ୍ ନାମକ ରାସାୟନିକ ପଦାର୍ଥ ଅଧିକ ମାତ୍ରାରେ ଥାଏ । ଏହାଯୋଗୁ ପେଟ ଗରମ ହୋଇ ଏପରି ହୁଏ । ସେହିପରି ଶରୀରରେ ମ୍ୟାଗ୍ନେସିୟମ୍ ମାତ୍ରା ବଢ଼ିଲେ ମଧ୍ୟ ଏଭଳି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି ।


