ଗୁଗଲରେ ବଦଳିଲା ପ୍ରିୟଙ୍କାଙ୍କ ସାଙ୍ଗିଆ

ବିଶ୍ୱ ସ୍ତରରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କେତେ ଲୋକପ୍ରିୟ, ତାହା ଜଣାଇବାର କୌଣସି ଆବଶ୍ୟକତା ନାହିଁ । ସମସ୍ତେ ତାଙ୍କୁ ଭଲ ଭାବରେ ଜାଣିଥିବା ବେଳେ କିଛି ତାଙ୍କ ବିଷୟରେ ଜାଣିବା ପାଇଁ ଗୁଗଲ ସର୍ଚ୍ଚ କରିଥାନ୍ତି । କିନ୍ତୁ ଏବେ ଗୁଗଲରେ ଏକ ବଡ଼ ଭୁଲ ହୋଇଯାଇଥିବା ଦେଖାଯାଇଛି । ଗୁଗଲରେ ପ୍ରିୟଙ୍କା ଚୋପ୍ରା ସର୍ଚ୍ଚ କଲେ ପ୍ରିୟଙ୍କାଙ୍କ ସାଙ୍ଗିଆ ସିଂହ ଆସୁଛି । ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ମୁତାବକ, ଗୁଗଲ ସର୍ଚ୍ଚର ଉଇକିପିଡିଆ ବକ୍ସରେ ପ୍ରିୟଙ୍କା ଚୋପ୍ରାଙ୍କ ସାଙ୍ଗିଆ ସିଂହ ଆସୁଛି । କିନ୍ତୁ ପେଜ୍ ଭିତରକୁ ଯିବା ପରେ ପ୍ରିୟଙ୍କାଙ୍କ ସାଙ୍ଗିଆ ଚୋପ୍ରା ଦେଖାଉଛି । ତେବେ ଏହି ସମସ୍ୟା କ’ଣ ପାଇଁ ଉପୁଜିଛି, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଏଭଳି ଖବର ସାମ୍ନାକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହାର କିପରି ସମ୍ଭବ ଏବଂ ଏହା ପଛର କାରଣ କ’ଣ ସେ ନେଇ ଜାଣିବା ପାଇଁ ଲୋକେ ଅନାଇ ବସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ