ୱାରେଣ୍ଟିଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ପୋଲିସ ଶନିବାର ୩ ୱାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଓ୍ୱାରେଣ୍ଟି ମାନେ ହେଲେ ନିମଖଣ୍ଡି ପେଣ୍ଠ ଗ୍ରାମର ବିଧାନ ବଳିୟାର ସିଂ, ବିଜୟ କୁମାର ଡାକୁଆ ଏବଂ ଦିଗପହଣ୍ଡି ସୁନାରି ସାହିର ସିମାଞ୍ଚଳ ଚୌଧୁରୀ । ଅଭିଯୁକ୍ତ ମାନେ ସେମାନଙ୍କ ବିରୋଧରେ ରହିଥିବା ମାମଲା ଗୁଡିକରେ ନିୟମିତ କୋର୍ଟରେ ଉପସ୍ଥିତ ନହେବାରୁ ଦିଗପହଣ୍ଡି କୋର୍ଟ ପକ୍ଷରୁ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା । କୋର୍ଟ ପକ୍ଷରୁ ଜାରି କରାଯାଇଥିବା ୱାରେଣ୍ଟକୁ ଭିତ୍ତିକରି ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ । କୋଭିଡ ନିୟମାନୁଯାୟୀ ଅଭିଯୁକ୍ତ ମାନଙ୍କ କରୋନା ପରୀକ୍ଷା କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇ.ଆଇ.ସି ବସନ୍ତ କୁମାର ସେଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ