ଅସ୍ଲି ମସାଲେ ସଚ୍ ସଚ୍କୁ ଆମେରିକାର ନା
ନୂଆଦିଲ୍ଲୀ: ଆମେରିକାର ଖାଦ୍ୟ ନିରାପତ୍ତା ତଦନ୍ତକାରୀ ସଂସ୍ଥା ଫୁଡ୍ ଆଣ୍ଡ ଡ୍ରଗ୍ ଆଡ୍ମିନ୍ଷ୍ଟ୍ରେସନ୍ ଏମ୍ଡିଏଚ୍ର ସମ୍ବର ମସଲାରେ ସାଲମୋନେଲା ବ୍ୟାକ୍ଟେରିଆ ଠାବ କରିଛି । ଲଗାତାର ୩ଟି ବ୍ୟାଚ୍ର ଏମ୍ଡିଏଚ୍ ମସଲାରେ ଏହା ଠାବ କରାଯାଇଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି । ଏହି ବ୍ୟାକ୍ଟେରିଆ ସାଧାରଣତଃ ପଶୁ ଏବଂ ମଣିଷଙ୍କ ଶରୀର ଭିତରେରେ ଥାଏ । ସାଲମୋନେଲା ଇନ୍େôଫକ୍ସନ୍କୁ ସାଲମୋନେଲାସିସ୍ କୁହାଯାଏ । ଏହା ଆନ୍ତ୍ରିକ ସଂକ୍ରମଣର କାରଣ ପାଲଟେ । ଏହି କାରଣରୁ ହଇଜା ଏବଂ ବାନ୍ତି ପରି ସମସ୍ୟା ଦେଖାଯାଇଥାଏ । ଏକ ଗବେଷଣାରୁ ଜଣାପଡ଼ିଛି, ସାଲମୋନେଲା କାରଣରୁ ବର୍ଷକୁ ୧.୨ ମିଲିଅନ୍ ଲୋକ ଅସୁସ୍ଥ ହୁଅନ୍ତି, ୨୩,୦୦୦ ଲୋକ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି ଏବଂ ୪୫୦ ଜଣଙ୍କର ମୃତ୍ୟୁ ହୁଏ ।


