ଗିରିରାଜ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଏକ ଭିନ୍ନ କ୍ଷମ ଚିହ୍ନଟ କାର୍ଯ୍ୟ ଅନୁଷ୍ଠିତ

ବାଲିକୁଦା,(ଅନସୂୟା ରାଉତ):ଆଜି ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ସାରଳା ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଗିରିରାଜ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଏକ ଭିନ୍ନ କ୍ଷମ ଚିହ୍ନଟ କାର୍ଯ୍ୟ ଓ ଶାରୀରିକ ଅକ୍ଷମ ମାନଙ୍କୁ ବିଭିନ୍ନ ପ୍ରକାରର କ୍ରୀଡ଼ାପ୍ରଶିକ୍ଷଣ ଦେବା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ଶିକ୍ଷାବିତ୍ ସମାଜ ସେବୀ ରବିନ୍ଦ୍ର କୁମାର ସେଠୀ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଅଚ୍ୟୁତାନନ୍ଦ ପରିଡା ଯୋଗଦେଇଥିଲେ। ଶିକ୍ଷାବିତ୍ ମହେନ୍ଦ୍ର ରାଉତ  ଅତିଥି ପରିଚୟ ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସୌଭାଗ୍ୟ ରଞ୍ଜନ ପାତ୍ର, ପର୍ବତ ଆରୋହୀ ବିଭାବସୁ ପାତ୍ର, ଲୀଳିମା ସାହୁ ଓ ଫାଉଣ୍ଡେସନର ଉପଦେଷ୍ଟା ପୁରାଣ ପ୍ରଚାରକ ବିଭୂତି ଭୂଷଣ ପରିଡା ସମାଜର ଉନ୍ନତି ଆଣିବା ପାଇଁ ଶାରୀରିକ ଅକ୍ଷମ ମାନଙ୍କୁ ଆଗକୁ ବଢ଼ାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପର୍ବତ ଆରୋହୀ ଆବୁ ଧାବି ଓ ପର୍ଵତ ଆରୋହଣର ସୁନ୍ଦର କାହାଣୀ ବିଷୟରେ ଆଲୋଚନା କରିଥିଲେ। ଏହି ଶିବିରରେ ହୃଷିକେଶ ସାହୁ ,ବିସ୍ମୟ ମଲ୍ଲ ,ପ୍ରକାଶ ସ୍ବାଇଁ, ଶଙ୍କର୍ଷଣ ରାଉତ, ଜ୍ଯୋତି ରାଣୀ ବିଶ୍ବାଳ, ଲଳିତମୋହନ ରାଉତରାୟ, ଅଭୟ ପରିଡା, ପ୍ରକୃତି ପ୍ରେମୀ ନବୀନ ସାହୁ, ଦିବ୍ଯରଞ୍ଜନ ମହାପାତ୍ର, ଗଣେଶ ସ୍ବାଇଁ ,ସମାଜସେବୀ ବିଭୁତି ଭୂଷଣ ମିଶ୍ର, ଓ ୧୫ଜଣ ଶାରୀରିକ ଅକ୍ଷମ ଯୋଗଦେଇ ଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ କୁହାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ