କୃଷକଙ୍କ ପୁଅ ହେଲେ “କୌନ ବନେଗା କରୋଡ଼ପତି’ରେ ପ୍ରଥମ କୋଟିପତି

ନୂଆଦିଲ୍ଲୀ: ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ସୋ’ “କୌନ ବନେଗା କରୋଡ଼ପତି’ ୧୧ତମ ସଂସ୍କରଣରେ ଏଯାବତ୍ କୋଟିପତି ପ୍ରଶ୍ନ ପର୍ଯ୍ୟନ୍ତ ଅନେକ ପ୍ରତିଯୋଗୀ ପହଁଞ୍ଚିପାରିଛନ୍ତି, କିନ୍ତୁ କେହି କୋଟିପତି ହୋଇପାରିନାହାନ୍ତି । ଅଗଷ୍ଟ ୧୯ରେ ଆରମ୍ଭ ହୋଇଥିବା କେବିସି ୧୧ତମ ସଂସ୍କରଣରେ ଜଣେ କୃଷକଙ୍କ ପୁଅ ପ୍ରଥମ କୋଟିପତି ହୋଇଛନ୍ତି । ବିହାରର ସରୋଜ ରାଜ୍ କୋଟିପତି ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି । ସରୋଜ ବିହାର ଜହାନାବାଦରେ ବସବାସ କରନ୍ତି । ତାଙ୍କ ପରିବାର ଚାଷ କାମ କରିଥାଆନ୍ତି । ଭବିଷ୍ୟତରେ ସେ ଜଣେ ଆଇଏଏସ୍ ଅଫିସର ହୋଇ ସମାଜସେବା କରିବାର ଇଚ୍ଛା ରଖିଛନ୍ତି । ସରୋଜ ରାଜଙ୍କ କୋଟିପତି ହେବାର ଅଧ୍ୟାୟ ଖୁବ୍ଶୀଘ୍ର ପ୍ରସାରଣ ହେବ । ଏହି ଅଧ୍ୟାୟର ଝଲକ ସୋନି ଟିଭିର ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଜରିଆରେ ଜାରି କରାଯାଇଛି । “କୌନ ବନେଗା କରୋଡ଼ପତି ସୋ’ରେ ଅମିତାଭ ବଚ୍ଚନ ସରୋଜଙ୍କ ନାମ ଘୋଷଣା କରିବା ପରେ ସେ ଖୁସିରେ ଆତ୍ମହରା ହୋଇଯାଇଥିଲେ । କେବଳ ଏକ କୋଟି ଟଙ୍କା ନୁହେଁ, ୭ କୋଟି ଜିତିବାର ସୁଯୋଗ ତାଙ୍କ ପାଖରେ ରହିଛି । ତେବେ ସେ ଏହା ଜିତିପାରୁଛନ୍ତି କି ନାହିଁ ତାହା ଅପେକ୍ଷା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ