ଚୋରି ହୋଇଗଲା ସ୍ୱରାଙ୍କ ଚପଲ
ମୁମ୍ବାଇ :ଚର୍ଚ୍ଚାରେ ସ୍ୱରାଙ୍କ ଚପଲ ଚୋରି ହେବା ଖବର । ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବାବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା । ଦର୍ଶନ ପାଇଁ ଭିତରକୁ ଯାଇଥିବାବେଳେ ବାହାରୁ ତାଙ୍କର କୋହ୍ଲାପୁରୀ ଚପଲ ଚୋରି ହୋଇଯାଇଥିଲା । ଯେଉଁଥିପାଇଁ ତାଙ୍କୁ ଖାଲି ପାଦରେ ରାସ୍ତାରେ ଚାଲିବାକୁ ପଡ଼ିବା ସହ ବିନା ଚପଲରେ ସେ ଘରକୁ ଫେରିଥିଲେ । ତେବେ ସ୍ୱରା ନିଜ ଟୁଇଟର୍ ଆକାଉଣ୍ଟରେ ଖାଲି ପାଦରେ ଚାଲି ଆସୁଥିବାର ଭିଡିଓ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି । ଟୁଇଟ୍ କରାଯାଇଥିବା ଭିଡିଓରେ ସ୍ୱରାଙ୍କୁ ଖାଲି ପାଦରେ ଚାଲି ଆସୁଥିବାର ଦେଖାଯାଇଛି । କିଛି ବାଟ ଖାଲି ପାଦରେ ଆସିବା ସହ ସେ ନିଜ କାରରେ ବସି ଘରକୁ ଫେରୁଛନ୍ତି । ସେୟାର କରାଯାଇଥିବା ଭିଡିଓର କ୍ୟାପ୍ସନ୍ରେ ଲେଖାଯାଇଛି ଯେ, ଯଦି ଆପଣ ଲାଲ୍ବାଗ୍ ରାଜାଙ୍କ ଦର୍ଶନ କରିବାକୁ ଯିବା ସମୟରେ ନିଜର ଚପଲ ନ ହରାଇଛନ୍ତି, ତେବେ ସେ ଦର୍ଶନର କିଛି ମୂଲ୍ୟ ନାହିଁ ।


