ଚୁଲ୍ବୁଲ୍ ପାଣ୍ଡେ ରିଟର୍ଣ୍ଣ! ପ୍ରସ୍ତୁତ ହୁଅନ୍ତୁ ଭାଇଜାନ୍ ଫ୍ୟାନ୍ସ
ମୁମ୍ବାଇ:ପୁଣି ଥରେ ଦର୍ଶକଙ୍କର ଜବରଦସ୍ତ ମନୋରଞ୍ଜନ କରାଇବେ ସଲମାନ ଖାନ୍ । ଲୋକପ୍ରିୟ ଚୁଲ୍ବୁଲ୍ ପାଣ୍ଡେ ଚରିତ୍ରରେ “ଦବଙ୍ଗ୍-୩’ରେ ଆସୁଛନ୍ତି ସୁପର୍ଷ୍ଟାର୍ ଦବଙ୍ଗ୍ ବୟ । ସଲମାନଙ୍କ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ୍ କରି ଲେଖିଛନ୍ତି, “ଆସୁଛି ଚୁଲ୍ବୁଲ୍ ରବିନ୍ହୁଡ୍ ପାଣ୍ଡେ । ଠିକ୍ ୧୦୦ ଦିନ ପରେ ।’ “ଦବଙ୍ଗ-୩’ ରିଲିଜ୍ ହେବାକୁ ଆଉ ମାତ୍ର ୧୦୦ ଦିନ ରହିଲା ବୋଲି ସଲମାନ ଇନ୍ଷ୍ଟାପୋଷ୍ଟ୍ ଜରିଆରେ ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ଜାଣିରଖନ୍ତୁ ଯେ ୪ଟି ଭିନ୍ନ ଭାଷାରେ ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ହଲ୍ଲା ମଚାଇବ । ହିନ୍ଦୀ, ତାମିଲ୍, ତେଲୁଗୁ ଓ କାନ୍ନାଡା ଭାଷାରେ େ ବାବାଲ୍ କରିବେ ଦବଙ୍ଗ ବୟ । ସଲମାନଙ୍କ ଏହି ଇନ୍ଷ୍ଟାପୋଷ୍ଟ୍ ପରେ ସୋସିଆଲ୍ ମିଡିଆରେ ଛାଇବାରେ ଲାଗିଛି ‘୧୦୦ଡେଜ୍ଟୁଦବଙ୍ଗ୩ । “ଦବଙ୍ଗ’ ଓ “ଦବଙ୍ଗ୨’ ଅନେକ ସଫଳତା ପାଇଛି ଯେତେବେଳେ ସଲମାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ତୃତୀୟ ସଂସ୍କରଣଟି ବି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରହିଛି ।


