“ଇନ୍ଶାଅଲ୍ଲାହ’ରେ ନଜର ଆସିବେ ହ୍ରିତିକ୍ !
ମୁମ୍ବାଇ: ସଞ୍ଜୟ ଲୀଲା ବନ୍ଶାଲୀଙ୍କ ଫିଲ୍ମ “ଇନ୍ଶାଅଲ୍ଲାହ’ରେ ନାୟକ କିଏ ହେବ ତାହା ସ୍ଥିର ହୋଇପାରୁନାହିଁ । ପ୍ରଥମେ ଏଥିରେ ଆଲିଆ ଭଟ୍ଟଙ୍କ ସହ ସଲମାନ୍ ଖାନ୍ଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଉଥିଲା । ଏନେଇ ଘୋଷଣା ମଧ୍ୟ ହୋଇଥିଲା । କିନ୍ତୁ ଏବେ ସଲମାନ ଫିଲ୍ମକୁ ମନା କରିଦେବା ପରେ ଆଲିଆଙ୍କ ବିପକ୍ଷରେ କିଏ ନାୟକ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ଶାହରୁଖ ଖାନ୍ ଏବଂ ରଣବୀର ସିଂହ ଫିଲ୍ମରେ କାମ କରିପାରନ୍ତି ବୋଲି ଶୁଣାଯାଉଥିବା ବେଳେ ଏବେ ହ୍ରିତିକ୍ ରୋଶନଙ୍କ ନାମ ତାଲିକାରେ ଯୋଡ଼ି ହୋଇଛି । ନିକଟରେ ହ୍ରିତିକ ବନଶାଲୀଙ୍କୁ ଭେଟିଛନ୍ତି । ଏଣୁ ସେ ନାୟକ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ପୂର୍ବରୁ ହ୍ରିତିକ୍ ବନଶାଲୀଙ୍କ ଫିଲ୍ମ “ଗୁଜାରିଶ୍’ରେ କାମ କରିଛନ୍ତି । ବକ୍ସ ଅଫିସରେ ଏହା ଭଲ ପ୍ରଦର୍ଶନ କରି ନ ଥିଲେ ହେଁ ଚଳଚ୍ଚିତ୍ରରେ ତାଙ୍କ କାମକୁ ବେଶ୍ ପସନ୍ଦ କରାଯାଇଥିଲା । ଆଉ ଏବେ ଆଲିଆଙ୍କ ସହ ତାଙ୍କର ଯୋଡ଼ି ହେବା ନିଶ୍ଚିତ ହେଲେ ଉଭୟଙ୍କୁ ଦର୍ଶକେ ପ୍ରଥମ ଥର ଲାଗି ଉଭୟଙ୍କୁ ଏକାଠି ଦେଖିବେ ।