ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଲା ଘର
ଆର.ଉଦୟଗିରି,(ଦେବାଶିଷ କାର୍ଜି): ଗଜପତି ଜିଲ୍ଲା ଆର.ଉଦୟଗିରି ସହରରେ ଦୀର୍ଘ ଦୁଇଦିନ ଧରି ଲଘୁ ଚାପ ଜନିତ ପ୍ରଭାବରେ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେବାରେ ଲାଗିଛି | ଯାହାର ପ୍ରଭାବରେ ଆଜି ସକାଳ ସମୟରେ ଦିଗବାରଣ ସାହି ପଞ୍ଜାବ ନେସିନାଲ ବେଙ୍କ ପାଖରେ ରହୁଥିବା ମହାଙ୍କାଳି ପ୍ରଧାନଙ୍କ ଘର କାନ୍ଥ ଭାଙ୍ଗି ଘରଟି ସମ୍ପୁର୍ଣ୍ଣ ଭାବେ ପାଣିରେ ଭିଜି ଭାଙ୍ଗି ଯାଇଛି | ଏଥି ପୂର୍ବରୁ ମହାଙ୍କାଳି ବହୁବାର ଘର ଖଣ୍ଡିଏ ନିର୍ମାଣ କରିବା ଲାଗି ବହୁ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଥିଲେ |


