ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ

ଜଗତସିଂହପୁର, (ଅନସୂୟା ରାଉତ):ଆଗାମୀ ନଭେମ୍ବର ମାସରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାନ ସଭା ଆସନରୁ ଉପନିର୍ବାଚନ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଶ୍ରୀଯୁକ୍ତ ରାଜକିଶୋର ବେହେରା ଆଜି ବିଦ୍ଧିବଦ୍ଧ ଭାବେ ଶତାଧିକ ସମର୍ଥକ ମାନଙ୍କ ସହ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେ ଜଗତସିଂହପୁର ଜିଲ୍ଲାରେ ଅନେକ ଦିନରୁ ଆଇନ୍ ଜୀବି ଭାବେ କାର୍ଯ୍ୟ କରୁଥିଲେ। ସାମାଜିକ ସେବା ସହିତ ବହୁଜନହିତକର କାର୍ଯ୍ୟ ପାଇଁ ବେଶ୍ ପରିଚିତ। ଆଗାମୀ ଦିନରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ କିଛି କରିବାର ସୁଯୋଗ ପାଇଛନ୍ତି ବୋଲି ଆମ ଯୁଗାଦ୍ଧ ୱେବ ସମ୍ବାଦିକାଙ୍କୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ