ତପ୍ତପାଣି ଘାଟିରେ ବସ ଦୁର୍ଘଟଣା ଜଣେ ମୃତ,୭ ଗୁରୁତ୍ୱର
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଗଂଜାମ ସୀମାନ୍ତର ପାଳୁଖୋଳା ବୁଲାଣୀରେ ଭରାସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ବସ ୨୫ ଜଣ ଗୁରୁତ୍ୱର ହୋଇଥିବା ବେଳେ ୨୦ ଆହତ ସହ ଜଣେ ମୃତ୍ୟୁ ବରଣ କରିଛନ୍ତି ଘଟଣା ପ୍ରକାରେ ଆର.ଉଦୟଗିରି ବ୍ଲକରୁ ରାମ ଗିରି ଅଂଚଳର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଖର୍ଦାକୁ ଓ଼ଜେଇ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ବସ ଘଟଣା ସ୍ଥଳରେ ମୋହନା ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଜାରିରଖିବା ସହ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆହତ ମାନଙ୍କୁ ସ୍ଥାନାନ୍ତର କରାଯାଇଅଛି ମୋହନା ଓ ପାଟପୁର ଥାନା ଅଧିକାରୀ ପହଂଚି ଘଟଣା ସ୍ଥଳକୁ ଅନୁଧ୍ୟାନ କରୁଛନ୍ତି ଖବର ସୂତ୍ରରୁ ପ୍ରକାଶଜେ ବସଟି ହାଇଟେକ କଲେଜର ବସ ଅଟେ ଗୁରୁତ୍ୱର ୭ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଅଛି


