ନାଉଗାଁ ବ୍ଲକରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଝୁଲୁଛି ତାଲା 

ନାଉଗାଁ,(ଓ୍ବାଇଏନ୍ଏସ୍):ଚାଷୀଙ୍କୁ ଚାଷ ପ୍ରତି ଆଗ୍ରହ କରିବା ସହିତ ସ୍ୱାବଲମ୍ବୀ କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ଏହି ଯୋଜନା ଚାଷୀଙ୍କ ପାଖରେ କିପରି ସଠିକ ଭାବେ ପହଁଚି ପାରିବ, ସେଥିପାଇଁ ରାଜ୍ୟ ଠାରୁ ପଂଚାୟତ ପର୍ଯ୍ୟନ୍ତ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି । ଚାଷୀମାନେ କିପରି ଚାଷ ସଂପର୍କରେ ଅଧିକ ତଥ୍ୟ ଜାଣିପାରିବେ ସେମାନଙ୍କୁ ଜିଲ୍ଲା ଓ ରାଜ୍ୟ ବାହାରକୁ ଏକ୍ସପୋଜର ଭିଜିଟି୍‌ରେ ନିଆଯିବା ଲାଗି ବ୍ୟବସ୍ଥା ମଧ୍ୟ ରହିଛି । ଏହା ସହିତ ନିଜ ପଂଚାୟତରେ ଓ ବ୍ଲକ ମଧ୍ୟରେ ଚାଷ ସଂର୍ପକରେ ପ୍ରଶିକ୍ଷଣ ଆଦି ଦେବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସରକାରଙ୍କ ପ୍ରଣୟନ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉ ନଥିବା ବେଳେ ଅଧିକାଂଶ ସମୟରେ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ଏପରିକି କାର୍ଯ୍ୟାଳୟ ସମ୍ମୁଖରେ ଅଧିକାରୀଙ୍କ କ୍ଷେତ୍ର ଗସ୍ତ ସଂର୍ପକରେ ଦର୍ଶାଯାଉନାହିଁ । ଫଳରେ ଚାଷୀମାନେ ଉକ୍ତ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ନାଉଗାଁ ବ୍ଲକର ପାଖାପାଖି ୮୦ପ୍ରତିଶତ ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭର କରନ୍ତି । କୃଷି ବିଭାଗରେ ଉଦ୍ୟାନ ବିଭାଗ ଏକ ଅଂଶ ହୋଇଥିବା ବେଳେ ଉକ୍ତ କାର୍ଯ୍ୟାଳୟ ନାଉଗାଁ ବ୍ଲକ ଦେଖିବାକୁ ମିଳୁନଥିଲା । ଉକ୍ତ କାର୍ଯ୍ୟାଳୟକୁ ଖୋଲା ଯିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଆସୁଥିଲା । ନାଉଗାଁ ବ୍ଳକ କାର୍ଯ୍ୟାଳୟ ପାଖରେ ଥିବା ଏକ ସରକାରୀ ଗୃହକୁ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଭାବେ ଖୋଲା ଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିଦିନ ଠାରୁ ଉକ୍ତ ଗୃହରେ ଉଦ୍ୟାନ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ଖୋଲା ଯାଇଥିଲେ ମଧ୍ୟ ଅଧିକାଂଶ ସମୟ ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଦୁଃଖର ବିଷୟ କ୍ଷେ ଉକ୍ତ କାର୍ଯ୍ୟାଳୟଟି କେତେ ବେଳେ ଖୋଲୁଛୁ ଓ କେତେ ବେଳେ ବନ୍ଦ ରହୁଛି ତାହାର କୌଣସି ସୂଚନା ଚାଷୀମାନେ ପାଇ ପାରୁନାହାନ୍ତି । ସବୁ ସମୟରେ ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ଅଧିକାରୀମାନେ କେତେ ବେଳେ ଆସୁଛନ୍ତି ଓ କେତେ ବେଳେ ଯାଉଛନ୍ତି ତାହା ମଧ୍ୟ କାର୍ଯ୍ୟାଳୟରେ ଦର୍ଶାଯାଉନାହିଁ । ଚାଷୀମାନେ ଦୁରଦୁରାନ୍ତରୁ ଆସି କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖି ନିରାଶ ହୋଇ ଫେରୁଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଅନାବନା ଘାସ ମାଡି ଗଲାଣି । ଯାହାକି କାର୍ଯ୍ୟାଳୟ ଖୋଲା ହେଉଛି କି ନାହିଁ ତାହାର ଚିତ୍ର ପ୍ରକାଶ କରୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଏ ସଂର୍ପକରେ ନାଉଗାଁ ଉଦ୍ୟାନ ବିଭାଗର ସହାୟକ ଅଧିକାରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ