ମଦ ଜବତ ଦୁଇ ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନାର ଭାରପ୍ରାପ୍ତ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦେଶ କ୍ରମେ ଆଜି ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ଚୋରା ମଦବେପାରୀଙ୍କ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ଉବେଳେ କୁଶଗଡ଼ିଆ ଛକ ଠାରୁ ଶରତ ମଳିକଙ୍କୁ ଚୋରା ମଦ ନେଇ ଯାଉଥିବା ସ୍କୁଟି ସହ ଗିରଫ କରାଯାଇଥିଲା। ତା ନିକଟରୁ ୩ ଲିଟର ବିଦେଶୀ ମଦ ଜବତ ହୋଇଥିବା ପୁଲିସ ସୂଚନା ଦେଇଛି। ସେହିଭଳି ନେରଡ଼ା ଗ୍ରାମର ହରେକୃଷ୍ଣ ମଳିକଙ୍କୁ ମଧ୍ୟ ୧୦ଲିଟର ଦେଶୀ ମଦ ନେଇ ଯାଉଥିବାବେଳେ ଗିରଫ କରାଯାଇଛି। ଏନେଇ ପୁଲିସ ପକ୍ଷରୁ ଓଡିଶା ଅବକାରୀ ଆଇନ ଅନୁଯାୟୀ ୧୯୮/୨୦ ଓ ୧୯୯/୨୦ ମୂଳେ ଦୁଇଗୋଟି ମାମଲା ରୁଜ୍ଜୁ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ