ଧାର୍ମିକ ଭାବାବେଗ ପ୍ରତି ପ୍ରଶାସନର କୁଠାରଘାତ; ବିଜେପି

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): କୋଭିଡ କଟକଣା ମଧ୍ୟରେ ପବିତ୍ର ଦଶହରା ପର୍ବ ପାଳନ ପାଇଁ କେନ୍ଦ୍ର , ରାଜ୍ୟ ଓ ଜିଲ୍ଲା ପ୍ରଶାସନ ନିସ୍ପତି ନିଜ ନିଜ ସ୍ତରରେ ନେଇଥିଲେ ହେଁ ପରବର୍ତି ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏ କ୍ଷେତ୍ରରେ ଘୋର ବ୍ୟତିକ୍ରମ ଜନସାଧାରଣ ଓ ଭକ୍ତଙ୍କୁ ମର୍ମାହତ କରିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଦେବୀ ଦୂର୍ଗାଙ୍କ ପୂଜା ପାଳନ କରିବାକୁ ନିକଟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପୂଜା କମିଟି ସହ ଆଲୋଚନା କରିଥିଲେ । ମନ୍ଦିର ପରିଚାଳନା କର୍ମକର୍ତା,ପୁରୋହିତ ସଂଖ୍ୟାନ୍ୟୁନ ଲୋକଙ୍କୁ ନେଇ ପୂଜା ଆୟୋଜନ ପାଇଁ ସ୍ଥିର ହୋଇଥିଲା । ଏପରିକି ମୂର୍ତି ଓ ମଣ୍ଡପ କିଭଳି ଏବଂ କେଉଁ ଆକାରରେ ହେବ ତାହାର ମଧ୍ୟ ନିର୍ଦ୍ଧାରଣ କରାଯାଇଥିଲା । କରୋନା କଟକଣା ଏବଂ ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା କମିଟି ନିଜ ନିଜ ସ୍ତରରେ ପ୍ରସ୍ଥୁତି ପର୍ବ କରିସାରିଥିଲେ । ମଣ୍ଡପ ନିର୍ମାଣ ଏବଂ ମୂର୍ତି ସ୍ଥାପନ ବେଳେ ଗତ କାଲି ନବରାତ୍ର ପ୍ରଥମ ଦିନରେ ହଠାତ ପୋଲିସ ଓ ପ୍ରଶାସନ ବିଭିନ୍ନ ସ୍ଥାନରେ ଚଢାଉ କରି ପୂଜା ବନ୍ଦ କରିଛନ୍ତି । ଏହା ଲୋକଙ୍କ ଧାର୍ମିକ ଅବେଗ ପ୍ରତି ଏକ ପ୍ରକାର କୁଠାରଘାତ ବୋଲି ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି ମତବ୍ୟକ୍ତ କରିଛନ୍ତି । ଯଦି ପୂଜା ଆଦୌ କରାଯିବାର ନଥିଲା ତେବେ ପ୍ରଶାସନ ମୂଳରୁ କଟକଣା ଜାରି କରିବାର ଥିଲା । ସମସ୍ତ ପ୍ରକାର ପ୍ରସ୍ଥୁତି ଚୂଡାନ୍ତ ସତ୍ୱେ ହଠାତ କେଉଁ ଅଦୃଶ୍ୟ ଶକ୍ତିର ଇସାରାରେ ବ୍ରହ୍ମପୁରରେ ପୂଜା ଆୟୋଜନ ବନ୍ଦ କରାଗଲା ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ରାଜ୍ୟର କଟକ ଭଳି ବଡ ବଡ ସହରରେ ଦୁର୍ଗା ପୂଜା ପାଳନ ନେଇ ଅନୁମତି ଦିଆଯାଇଥିବା ବେଳେ ବ୍ରହ୍ମପୁରରେ ତାର ବ୍ୟତିକ୍ରମ କାହିଁକି । ପ୍ରଶାସନର ଏଭଳି ମନମୁଖି ଏବଂ ହିଟଲରୀ ଶାସନକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏହାର ଦୃଢ ବିରୋଧ କରିବାକୁ ଦଳମତ ନିର୍ବିଶେଷରେ ବିଜେପି ସମସ୍ତଙ୍କୁ ଆହ୍ୱାନ କରୁଛି । ସାଂସଦ , ବିଧାୟକ ଏବଂ ଅନ୍ୟ ଜନ ପ୍ରତିନିଧି ତୁରନ୍ତ ଏହାର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇ ଆସିଲେ ବିଜେପି ସମ୍ପୁର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ଥୁତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ