ଅସହାୟ ପକ୍ଷାଘାତ ରୋଗରେ ଆକ୍ରାନ୍ତ ପରିବାର ପ୍ରତି ସହାୟତା ପ୍ରଦାନ

ଜଗତସିଂହପୁର, (ଅନସୂୟା ରାଉତ):ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ତହସିଲ୍ ଅଧିନରେ ଥିବା ମୁଳୁଗାଁ ପଞ୍ଚାୟତର କରମଙ୍ଗ ଗ୍ରାମର ପକ୍ଷାଘାତ ରୋଗିର ପରିବାରକୁ ଆସନ୍ନ ବିପଦରୁ କେତେକ ଅନୁଷ୍ଠାନ ଓ ଉଦାର ବ୍ୟକ୍ତି ବିଶେଷ ଦେବ ଦୂତ ସାଜି ରକ୍ଷାକରିଛନ୍ତି।ଲଗାଣ ବର୍ଷାରେ କରମଙ୍ଗ ଗ୍ରାମର ଶତ୍ରୁଘ୍ନ ଦାସ ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଭୋକ ଉପାସରେ କାଳ କାଟୁ ଥିଲେ। ରାସନ ସାମଗ୍ରୀ ଓ ଭତ୍ତା ତାଙ୍କର ରୋଗପାଇଁ ଖର୍ଚ୍ଚ ହୋଇ ଯାଉଥିଲା। ଆଡ୍ ବାଇଆ ପୁଅ ଓ ବୃଦ୍ଧା ସ୍ତ୍ରୀ ଦିନେ ଖାଇ ଦୁଇ ଦିନ ଉପବାସ ରହୁଥିଲେ। ନୁଆଁଣିଆ ଚାଳ ଛପର ଘରକୁ ସେ ଛପର କରି ପାରୁନଥିଲେ। ବାର୍ଦ୍ଧକ୍ୟ ଓ ରୋଗ ଯନ୍ତ୍ରଣା ତାଙ୍କ ପରିବାର ପାଇଁ କଷ୍ଟକର ଥିଲା। ହୁଏତ ଏହି ଯନ୍ତ୍ରଣା ତାଙ୍କ ପାଇଁ ଅଭିଶପ୍ତ ଥିଲା। ସେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ଏହି ଖବର ପାଇ ବାଲିକୁଦା ଏରସମା ଅଞ୍ଚଳର ୟୁଥ୍ ଫାଉଣ୍ଡେସନ ଦେବଦୂତ ସାଜି ତାଙ୍କ ନିକଟରେ ପହଞ୍ଚି ଥିଲେ। ସେହି ଅସହାୟ ପରିବାର ପ୍ରତି ସମବେଦନା ଜ୍ଞାପନ ସହିତ ବଞ୍ଚିବାର ରାହା ଦେଖାଇଛି। ପ୍ରାଥମିକ ଅବସ୍ଥାରେ ଶୁଖିଲା ଖାଦ୍ୟ ସାହାଯ୍ୟ ରାଶି ପ୍ରଦାନ କରିଥିଲେ। ଆଜି ବାଲିକୁଦା ଅଞ୍ଚଳର ବିଜେପି ନେତା ତଥା ସେହି ଜୋନ୍ ର ପୂର୍ବତନ ଜିଲ୍ଲାପରିଷଦ ଶ୍ରୀ ଶିବ ବ୍ରତ ଦାସ ମହୋଦୟ ଉକ୍ତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ତାଙ୍କ ପରିବାର ପାଇଁ ଆଗାମୀ ଦିନରେ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ବ୍ଲକ ପ୍ରଶାସନ ତହସିଲ୍ ଦାର ବାଲିକୁଦା କୌଣସି ସାହାଯ୍ୟ ସହଯୋଗ କରିନାହାନ୍ତି। ସେହି ଗ୍ରାମର ବିଜେପି ଯୁବ ନେତା ବିସ୍ମୟ କୁମାର ମଲ୍ଲ,ସାରଦା ପ୍ରସାଦ ମଲ୍ଲ, ବିପିନ୍ ମଲ୍ଲିକ, ଅଭୟ ପରିଡା ଓ ୱାର୍ଡ଼ ସଭ୍ୟ ଅଂଶୁମାନ ମଲିକ୍ ପ୍ରଭୃତି ଏହି ଅସହାୟ ପକ୍ଷାଘାତ ରୋଗରେ ଆକ୍ରାନ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହିତ ସୁବିଧା ପାଇଁ ଆଗଭର ହୋଇଛନ୍ତି ବୋଲି ଆମ ଅଗ୍ରଣୀ ଯୁଗାଦ୍ଧ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ