ଆର୍କମ୍ ବିରୋଧରେ ଏନ୍ସିଏଲ୍ଟି ଯିବ ବିଏସ୍ଏନ୍ଏଲ୍

ନୂଆଦିଲ୍ଲୀ, (ଏଜେନ୍ସି): ସାର୍ବଜନିକ କ୍ଷେତ୍ରର ଦୂରସଂଚାର କମ୍ପାନୀ ଭାରତୀୟ ସଂଚାର ନିଗମ ଲିମିଟେଡ଼୍ (ବିଏସ୍ଏନ୍ଏଲ୍) ରିଲାଏନ୍ସ କମ୍ୟୁନିକେସନ୍ (ଆର୍କମ୍) ଠାରୁ ୭୦୦କୋଟି ଟଙ୍କାର ବକେୟା ଆଦାୟ କରିବା ପାଇଁ ଚଳିତ ସପ୍ତାହରେ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ (ଏନ୍ସିଏଲ୍ଟି)ର ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକାରିକ ସୂତ୍ରରୁ ଏହି ତଥ୍ୟ ପ୍ରକାଶ କରାଯାଇଛି । ଏହା ପୂର୍ବରୁ ଋଣ ତଳେ ଦବି ହୋଇ ରହିଥିବା ଆର୍କମ୍ ରାଷ୍ଟ୍ରୀୟ କମ୍ପାନୀ ବିଧି ଅପିଲିୟ ନ୍ୟାୟାଧିକରଣ (ଏନ୍ସିଏଲ୍ଟି) ସମ୍ମୁଖରେ ନିଜକୁ ଦେବାଳିଆ ଘୋଷିତ କରିବା ପାଇଁ ଆବେଦନ କରିଥିଲେ । କାହିଁକି ଏହା ତାଙ୍କ ସମ୍ପତ୍ତିକୁ ସମୟବଦ୍ଧ ଭାବେ ବିକ୍ରି କରିବାକୁ ସାହାଯ୍ୟ କରିବ । ଏଥିସହ ଏସ୍ବିଆଇ ନେତୃତ୍ୱାଧିନ ୩୭ଋଣଦାତାଙ୍କୁ ୨୬୦କୋଟି ଟଙ୍କା ସିଧା ଏରିକ୍ସନକୁ ଜାରି କରିବା ପାଇଁ ନିର୍ଦ୍ଦେ ଦେବାକୁ କମ୍ପାନୀ ଏନ୍ସିଏଲ୍ଟିରେ ଆବେଦନ କରିଥିଲା । ତେବେ ଋଣଦାତା ଏହି ଯାଚିକାକୁ ବିରୋଧ କରିଥିଲେ ।
ସୂଚନାନୁସାରେ ବିଏସ୍ଏନ୍ଏଲ୍ ପେମେଣ୍ଟରେ ତ୍ରୁଟି ପାଇଁ ଆର୍କମ୍ ଦ୍ୱାରା ଜମା କରାଯାଇଥିବା ପାଖାପାଖି ୧୦୦କୋଟି ଟଙ୍କାର ବ୍ୟାଙ୍କ୍ ଗ୍ୟାରେଣ୍ଟିକୁ ପୂର୍ବରୁ ମଧ୍ୟ ଛାନ୍ଭିନ୍ କରାଯାଇଛି । ପାଖାପାଖି ୭୦୦କୋଟି ଟଙ୍କାର ବକେୟା ଆଦାୟ କରିବା ପାଇଁ ଆର୍କମ୍ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ କରିବା ନିର୍ଣ୍ଣୟ ବିଏସ୍ଏନ୍ଏଲ୍ର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ଅନୁପମ୍ ଶ୍ରୀବାସ୍ତବ ଜାନୁଆରୀ ୪ରେ ନେଇଥିଲେ । ବିଏସ୍ଏନ୍ଏଲ୍ ଏହି ମାମଲା ପାଇଁ ସିଂ ଆଣ୍ଡ କୋହଲୀ ଲ’ ଫର୍ମକୁ ସଂଯୋଗ କରିଛନ୍ତି । ସମସ୍ତ ସର୍କଲ କାର୍ଯ୍ୟାଳୟ ଠାରୁ ଚାଲଣ ଜମା କରିବା କାରଣରୁ ମାମଲା ଦାଖଲରେ ବିଳମ୍ବ ହୋଇଛି । ଆର୍କମ୍କୁ ଏରିକ୍ସନ୍କୁ ୪୫୩କୋଟି ଟଙ୍କାର ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ସୁପ୍ରିମକୋର୍ଟ ଆର୍କମ୍କୁ ପେମେଣ୍ଟ କରିବା ପାଇଁ ୧୯ମାର୍ଚ୍ଚ ସୁଦ୍ଧା ସମୟ ପ୍ରଦାନ କରିଛି । ଯଦି କମ୍ପାନୀ ଏପରି କରିବାରେ ବିଫଳ ହେଲେ, ଅନିଲ୍ ଅମ୍ବାନୀଙ୍କୁ ୩ମାସ ଜେଲ୍ ହେବାର ସମ୍ଭାବନା ରହିଛି । ଆର୍କମ୍ ପୂର୍ବରୁ ହିଁ ଏରିକ୍ସନକୁ ୧୧୮କୋଟି ଟଙ୍କାର ପେମେଣ୍ଟ କରିସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ