ବିଜୁ ଜନତା ଦଳ ର କର୍ମୀ ସମାବେଶ ଅନୁଷ୍ଠିତ

(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ଭଂଜନଗର ନିର୍ବାଚନ ମଣ୍ଡଳୀରେ ଆଜି ବିଜୁ ଜନତା ଦଳ ର କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମାନ୍ୟବର ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ,କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଏବଂ ଆଳି ବିଧାୟକ ପ୍ରତାପ ଦେବ ଯୋଗ ଦେଇଥିଲେ।ଜଗନ୍ନାଥ ପ୍ରସାଦ ବ୍ଲକ୍ ଅଳସୁ ଗ୍ରାମ ରେ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ର ଶୁଭ ଉଦଘାଟନ କରିବା ସହ ଭଞ୍ଜନଗର ଠାରେ ବିଶାଳ କର୍ମୀ ସମାବେଶ ରେ ଯୋଗ ଦେଇଥିଲେ।ନିର୍ବାଚନ ଜିତିବା ପରେ ଅଚ୍ୟୁତ ସାମନ୍ତ ଙ୍କ ଏହା ପ୍ରଥମ ଭଞ୍ଜନଗର ଗସ୍ତ ହୋଇଥିବା ବେଳେ ମନ୍ତ୍ରୀ ଆରୁଖ ,ସାଂସଦ ଅଚ୍ୟୁତ ସାମନ୍ତ, ଆଳୀ ବିଧାୟକ ପ୍ରତାପ ଦେବ ବିଜୁ ଜନତା ଦଳ କୁ ଭୋଟ ଦେଇ ଜିତାଇଥିବା ରୁ ଉପସ୍ଥିତ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।ଏଥିରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ହଜାର ହଜାର କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ