ଜଗନ୍ନାଥପ୍ରସାଦ କୁ ସମ୍ପୂର୍ଣ କୋରନା ମୁକ୍ତ କରିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ସାଇକେଲ ରାଲି କରି ସଚେତନ କାର୍ଯ୍ୟକ୍ରମ
ଜଗନ୍ନାଥପ୍ରସାଦ,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କୁ ସମ୍ପୂର୍ଣ କୋରାନା ମୁକ୍ତ କରିବା ପାଇଁ ଜିଲାପାଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଗନ୍ନାଥପ୍ରସାଦ ବ୍ଲକ ପ୍ରଶାସନ ତରଫରୁ ବିଡ଼ିପୁର ଠାରୁ ବ୍ଲକ କାର୍ଯ୍ୟଳୟ ପର୍ଯ୍ୟନ୍ତ ବିଡିଓ ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ସାଇକେଲ ରାଲି ହୋଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସାଇକେଲ ରାଲିରେ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର ସ୍ୱାଇଁ, ବ୍ଲକ ଚେୟାରମ୍ୟାନ ପ୍ରତିନିଧି ଅନାଦି ବେହେରା, ଝାଡ଼ଭୂମି ସରପଞ୍ଚ ପ୍ରତିନିଧି ଭାଗିରଥି ମାଝୀ, ଗଣ୍ଡାଧର ସରପଞ୍ଚ ପ୍ରତିନିଧି ବିଜୟ କୁମାର ନାୟକ, ବିଡିପୁର ସମିତି ସଭ୍ୟ ଅମୀର ସ୍ୱାଇଁ, ଜଗନ୍ନାଥପ୍ରସାଦ ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର, ପି ଇ ଓ ନାରାୟଣ ସାହୁ, ପି ଇ ଓ ପ୍ରଦୀପ କୁମାର ପ୍ରଧାନ, ଅନିଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ବହୁ କୋଭିଡ ମନିଟର, ସ୍ବେଛାସେବୀ, ଛାତ୍ର ଓ ଯୁବ ସମାଜସେବୀ,ଅଙ୍ଗନବାଡ଼ି କର୍ମୀ,ବହୁ ବ୍ଲକ କର୍ମଚାରୀ ଯୋଗ ଦେଇଥିଲେ।


